Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଳିତ 2

ଜଗତସିଂହପୁର , 14/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଳିତ
Article Image
ଜଗତସିଂହପୁରତା ୧୩.୦୬.୨୫:
Article Image
ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ | ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ |ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ପ୍ରମୁଖ ଯୋଗଦେଇ ଓର୍ମାସ ପକ୍ଷରୁ ଆୟୋଜିତ ପଲ୍ଲୀଶ୍ରୀ ମେଳା କୁ ଉଦ୍ଘାଟନ କରିଥିଲେ। ଗୁଜୁରାଟ ର ଅହମଦାବାଦ ଠାରେ ହେଇଥିବା ଉଡାଜାହାଜ ଦୁର୍ଘଟଣା ର ମୃତକ ମାନଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା | ଜିଲ୍ଲା ର ଏକବର୍ଷ ବିକାଶ ଯାତ୍ରା ର ବୁକ୍ଲେଟ ଉନ୍ମୋଚନ ହୋଇଥିଲା। ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ଙ୍କ ତରଫରୁ ତାଙ୍କ ଶିଷ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀ ସ୍ବୟଂ ସହାୟକ ଗୋଷ୍ଠୀ ମାନଂକୁ ପୁରସ୍କୃତ କରାଯାଇଥିଲା। ଶ୍ରମ ବିଭାଗ ପକ୍ଷରୁ ୫ ଜଣଙ୍କୁ ବିବାହ ସହାୟତା ରଶି ୫୦ହଜାର ଟଙ୍କା ଦିଆଯାଇଥିଲା।୩ ଜଣଙ୍କୁ ଶିକ୍ଷା ସହାୟତା ଓ ୨ ଜଣଙ୍କୁ ମୃତ୍ୟୁ ଜନିତ ସହାୟତା ରାଶି ପ୍ରଦାନ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ପ୍ରଶାସନିକ ଅଧିକାରୀ, ସହର ର ବୁଦ୍ଧିଜୀବି, ଆଇନଜୀବି,ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନେ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ