Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କୁହୁଡ଼ି ରଜ ପଡିଆରେ ରଜ ମହୋତ୍ସବ 8

ଟାଙ୍ଗୀ, 15/06/2025, ବିକ୍ରମ ଓଡ଼ିଶା ନିୟୁଜ: କୁହୁଡ଼ି ରଜ ପଡିଆରେ ରଜ ମହୋତ୍ସବ
Article Image
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ କୁହୁଡି ଗ୍ରାମର ମା' ବ୍ୟାଘ୍ରଦେବୀ ସାଂସ୍କୃତିକ ପରିଷଦ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସ ପକ୍ଷରୁ ଚତୁର୍ଥ ବାର୍ଷିକ ରଜ ମହୋତ୍ସବ ଅନୁଷ୍ଠାନିକା ଭାବେ ଉଦ୍ଘାଟିତ ହୋଇଛି । ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳନ ହେବ । ଟାଙ୍ଗୀ ବ୍ଲକର ମହିଳାମାନେ ଏହି ରଜ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ଅଂଶ ଗ୍ରହଣ କରିଛନ୍ତି । ଆଜି ପାରମ୍ପରିକ ପୁଚି ଖେଳ, ଝୋଟି, ଦଉଡି ଡିହା, ମ୍ୟୁଜିକ ଚେୟାର, ମେହେନ୍ଦି, ଲେମ୍ବୁ ଚମଚା ଓ ଖେଳକୁଦ ପ୍ରତିଯୋଗିତାରେ ମହିଳା ମାନେ ଭାଗ ନେଇଥିଲେ । ପୂର୍ବତନ ସରପଞ୍ଚ ଜୟଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ ଅତିଥି ଭାବେ ଅନ୍ନପୂର୍ଣ୍ଣା ଫାଇନାନ୍ସର ସିଇଓ ସଞ୍ଜୟ ପଟ୍ଟନାୟକ, ଅନୁଷ୍ଠାନର ସମ୍ପାଦକ ଲୁଲୁ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ମନୋଜ ମାନସିଂହ, ପୂର୍ବତନ ସରପଞ୍ଚ ପବିତ୍ର ହରିଚନ୍ଦନ, ପୂର୍ବତନ ସରପଞ୍ଚ ବିପିନ ଉଦୟସିଂହ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତାକାଲି ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଓ ତା'ପର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇକ ଆଖଡ଼ା, ଓଡିଶୀ, ସମ୍ବଲପୁରୀ, ଛଉ, ୱେଷ୍ଟର୍ଣ୍ଣ ଡ୍ୟାନ୍ସ, ସଂଗୀତ, ଆଦିବାସୀ ନୃତ୍ୟ ଓ ଘୋଡା ନାଚ ଆଦି ପରିବେଷଣ କରାଯାଉଛି । ରାଜ୍ୟସ୍ତରୀୟ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।https://