Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମା ମଙ୍ଗଳା ଙ୍କ ମନ୍ଦିର ରେ ନବୀନ ଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ 2

କାକଟପୁର, 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ମା ମଙ୍ଗଳା ଙ୍କ ମନ୍ଦିର ରେ ନବୀନ ଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ
Article Image
କାକଟପୁର ୨୨/୬ :- ( ତୁଷାର ଦୀକ୍ଷିତ ) ୨୪ବର୍ଷ ଧରି ନିଜ ଓଡିଶା ର ଶାସନ ଭାର ନିଜ କାନ୍ଧରେ ଧରି, ଲୋକ ମାନଙ୍କ ପାଈଁ ସମର୍ପିତ ଭାବରେ କାମ କରି ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆରୋଗ୍ୟ କାମନା କରି କାକଟପୁର ମଙ୍ଗଳା ମନ୍ଦିର ସମ୍ମୁଖରେ ଦୀପ ଦାନ କରିଛନ୍ତି ନିର୍ବାଚନମଣ୍ଡଳୀ ର ବହୁ ବିଜୁ କର୍ମୀ ଓ ଜନସାଧାରଣ । ସୂଚନା ଅନୁସାରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନ ଙ୍କ ରବିବାର ଦିନ ସଫଳ ଅସ୍ତ୍ରୋପଚାର ହୋଇସାରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ସୁସ୍ଥ ଓ ଆଶୁ ଆରୋଗ୍ୟ କାମନା କରି ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ନିକଟରେ ରବିବାର ସନ୍ଧ୍ୟା ରେ ପୂଜାର୍ଚନା ସହ ଶତାଧିକ ନବୀନ ପ୍ରେମୀ ଓ ଜନସାଧାରଣ ଏକତ୍ରିତ ହୋଇ ଦୀପଦାନ କରି ଆରୋଗ୍ୟ କାମନା କରିଛନ୍ତି । ସେ ଶୀଘ୍ର ସୁସ୍ଥ ହୋଇ ପୁଣି ଓଡିଶା ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଏଥିରେ ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ୭ନଂ ଜୋନ ଜିଲ୍ଲାପରିଷଦ ସଂଯୁକ୍ତା ଦୀକ୍ଷିତି, କାକଟପୁର ଯୁବ ବିଜେଡି ସଭାପତି ରଞ୍ଜନ ନାୟକ,କାକଟପୁର ସରପଞ୍ଚ ଅଭୟ ସିଠ ,ମାନସ କୁମାର ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ,ରୁଦ୍ର ପ୍ରସାଦ ଲେଙ୍କା, ବିଶ୍ୱଜିତି ଦାଶ ସମେତ ଶତାଧିକ ମହିଳା ଓ ପୁରୁଷ ପ୍ରମୁଖ ସାମିଲ ହୋଇଥିଲେ।
Article Image