Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ବାମନଘାଟୀ, 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ହାଟବାଦଡା ଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦଘାଟିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ହାଟବାଦଡା ଅନ୍ତର୍ଗତ ପଶୁଡାକ୍ତରଖାନା ପରିସରରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ଯ ଅଚିଥି ଭାବେ ଜଙ୍ଗଲ, ପରିବେଶ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିଲା ବେଳେ ମୁଖ୍ଯବକ୍ତା ଭାବେ ଲୋକସଭା ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ରୂପେ ରାଜ୍ଯସଭା ସାଂସଦ ମମତା ମହାନ୍ତ, ସ୍ବତନ୍ତ୍ର ଅତିଥି ରୂପେ ସାରସକଣା ବିଧାୟକ ଭାଦବ ହାଁସଦାଃ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ, ବିଜେପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ସଂଜୀବ କୁମାର ମହାନ୍ତି , ଉପଖଣ୍ଡ ଭେଟନାରୀ ଅଫିସର ସୁଶାନ୍ତ ସିଂ ଓ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଜୁରିଲାଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ଯ ଅତିଥି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବକ୍ତବ୍ଯ ଦେବାକୁ ଯାଇ କହିଥିଲେ ଯେ ଦୁଗ୍ଧ ଦ୍ବାରା ଆଜିକାଲି ଲୋକେ ଆତ୍ମନିର୍ଭରଶୀଳ ହେବା ସହିତ ଦୁଗ୍ଧ ଜାତଦ୍ରବ୍ଯ ଦୈନଦିନ କାର୍ଯ୍ଯରେ ଲାଗିପାରୁଛି l ଯଦ୍ବାରା ଲୋକମାନଙ୍କର ଅର୍ଥନୈତିକ ମାନଦଣ୍ଡ ବୁଦ୍ଧି ଘଟୁଛି l କାମଧେନୁ ଯୋଜନାକୁ ମାନ୍ଯବର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶୁଭାରମ୍ଭ କରିଥିବା ବେଳେ ମାନ୍ଯବର ମୁଖ୍ଯମନ୍ତ୍ରୀ ମୋହନ ମାଝୀ ପୂର୍ଣ୍ଣତଃ କାର୍ଯ୍ଯକାରୀ କରିଛନ୍ତି l ଯାହା ଫଳରେ ଲୋକେ ସ୍ବାବଲମ୍ବୀ ହେବା ସହିତ କୁଷି ଉଦ୍ଯୋଗ ଯୋଜନାରେ ଗାଈ ସୁଲଭ ମୂଲ୍ଯରେ କିଣି ବେଶ ଲାଭ ପାଇପାରୁଛନ୍ତି l ଏହାପରେ ଅନ୍ଯ ଅତିଥିଗଣ ଦୁଗ୍ଧ ଉପରେ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ l ଉକ୍ତ ସଭାରେ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ବ୍ଲକରୁ ଦୁଗ୍ଧଚାଷୀ, ଆଖପାଖର ଲୋକେ ଓ ବିଜେପି କର୍ମକର୍ତ୍ତା ବହୁ ସଂଖ୍ଯାରେ ଉପସ୍ଥିତ ଥିଲେ l ଏଥିରେ ମୟୂରଭଞ୍ଜ ଦୁଗ୍ଧ ସଂଘ ସହଯୋଗ କରିଥିଲେ l ଉକ୍ତ ସଭାକୁ ମୟୂରଭଞ୍ଜ ଦୁଗ୍ଧ ସଂଘର ପି ଏଣ୍ଡ ଆଇ ମମତା ସାହୁ ପରିଚାଳନା କରିଥିବା ବେଳେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଜୁରିଲାଲ ମହାନ୍ତ ଧନ୍ଯବାଦ ଅର୍ପଣ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

