Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 23/06/2025, ବିକ୍ରମ ଓଡ଼ିଶା ନିୟୁଜ: ( ଆଳିପିଙ୍ଗଳ ଠାରେ ନିର୍ମିତ ମିଶନଶକ୍ତି ଗୃହ ଭୁତ କୋଠି ରେ ପରିଣତ )|ଜଗତସିଂହପୁର

ତା =23/6/25ଗ୍ରାମାଞ୍ଚଳ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ପ୍ରତି ପଞ୍ଚାୟତ ରେ ସରକାର ମିଶନ ଶକ୍ତି ଗଠନ କରିଛନ୍ତି | ଗାଁ ଗାଁ ରେ ବିଭିନ୍ନ ଗ୍ରୁପ ମୁଣ୍ଡ ଟେକିଛି | ପ୍ରତି ପଞ୍ଚାୟତ ରେ ସରକାରୀ ଅନୁଦାନ ରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି | ଗ୍ରୁପ ମାଧ୍ୟମରେ ସରକାର ଋଣ ପ୍ରଦାନ କରି ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିଛନ୍ତି | ହେଲେ ଲୋକ ପ୍ରତିନିଧି ମାନଙ୍କ ଦୁରଦୃଷ୍ଟି ଅଭାବରୁ ମିଶନ ଶକ୍ତି ଗୃହ ଭୁତ କୋଠିରେ ପରିଣତ ହୋଇଛି | ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତ ରେ |ଏହି ପଞ୍ଚାୟତ ରେ ଆମ ଗାଁ ଆମ ବିକାଶ ଯୋଜନାରେ ଚାରି ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ବିନିମୟ ରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇ ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ ମିଶନଶକ୍ତି କୁ ହସ୍ତାନ୍ତର କରାଯାଇଛି ହେଲେ ମିଶନ ଶକ୍ତି ଗୃହ ଦିନକ ପାଇଁ ମଧ୍ୟ୍ୟ ଖୋଲାଯାଇନାହିଁ | ଚତୃରପାର୍ଶ୍ଵ ବଣ ଜଙ୍ଗଲ ରେ ପରିପୂର୍ଣ ହେବାରୁ ସରୀସୃପ ମାନଙ୍କ ର ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି | ଅପର ପକ୍ଷରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିବା ଚତୃରପାର୍ଶ୍ଵଟି ନିଶାଚର ମାନଙ୍କ ର ଆଡ୍ଡା ସ୍ଥଳି ହୋଇଥିବାରୁ ଝିଅ ବୋହୁ ମାନେ ସେଠାରେ ନିଜକୁ ଅସୁରକ୍ଷିତ ମନେକରି ମିଶନ ଶକ୍ତି ଗୃହକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି | ଯେଉଁଠି ପାଇଁ ଆଳିପିଙ୍ଗଳ ଠାରେ ନିର୍ମିତ ମିଶନ ଶକ୍ତି ଗୃହ ଭୁତ କୋଠି ରେ ପରିଣତ ହୋଇଛି |ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ