Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 23/06/2025, ବିକ୍ରମ ଓଡ଼ିଶା ନିୟୁଜ: ଧର୍ମ ପ୍ରାଣ ମହିଳା ଙ୍କ ପରଲୋକ
ତିର୍ତୋଲ ୨୩/୬ ତିର୍ତୋଲ ବ୍ଲଜ ନରୁଆ ଗ୍ରାମର ଧର୍ମ ପ୍ରାଣ ମହିଳା ଗୀତାରାଣୀ ଚଇନି ଙ୍କ ୭୭ ବର୍ଷରେପରଲୋକ ହୋଇ ଯାଇଛି, ତାଙ୍କ ବିୟୋଗ ରେ ନରୁଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା, ସେଜଣେ ପରପୋକାରୀ ଓ ସ୍ନେହୀମହିଳା ଥିଲେ, ତାଙ୍କ ସୁମିଷ୍ଟ କଥାସମସ୍ତ ଙ୍କୁ ନିଜର କରି ନେଉଥିଲା ତାଙ୍କର ପରଲୋକ ଜଣେ ସ୍ନେହୀ ମାକୁ ହରାଇଛି ବୋଲି ନରୁଆ ଗ୍ରାମବାସୀ ସୂଚନା ଦେଇଛନ୍ତି, ସ୍ବର୍ଗତ ଗୀତାଞ୍ଜଳି ଙ୍କ ସ୍ୱାମୀ ସ୍ବର୍ଗତପୁର୍ଣ ଚନ୍ଦ୍ର ଚଇନି ୨୦୦୪ ମସିହାରେ ଦୁଇ ପୁଅ ଓ ଗୋଟିଏ ଝିଅ କୁ ଗୀତାଙ୍କ ପାଖରେ ଛାଡି ଅଧବାଟରୁ ସ୍ୱର୍ଗ ଲୋକ ଗମନ କରିଥିଲେ ସେଦିନୁ ଗୀତା ମା, ପିଲା ମାନଙ୍କ ଯତ୍ନ ନେଇମଣିଷ କରିଛନ୍ତି, ପୁଅ ପ୍ରତୁଷ ଓ ପ୍ରଦୀପ ଆଖ ପାଖ ଅଂଚଳ ରେ ବେଶ ସୁପରିଚିତ ଜଣେ ସମାଜ ସେବୀ, ଶିଳ୍ପ ପତି ଓ ବଦାନ୍ୟ ବ୍ୟକ୍ତି ଭାବେ l ତେବେ ମା ସ୍ୱର୍ଗତ ଗୀତା ଦେଵୀ ବାର୍ଧକ୍ୟ ଜନିତ ପୀଡ଼ାରେ ମୃତ୍ୟୁ ବରଣ କରିଛନ୍ତି ତାଙ୍କର ଅନ୍ତିମ ଯାତ୍ରା tନରୁଆ ସ୍ଥିତ ଗ୍ରାମ ମଶାଣିରେ ପଞ୍ଚ ଭୁତରେ ବିଲୀନ ହୋଇଛି, ମୃତ୍ୟୁ ସମୟରେ ସପରିବାର ଉପସ୍ଥିତ ରହି ଅନ୍ତିମ ଦର୍ଶନ କରିଥିଲେ, ବଡ଼ ପୁଅ ପ୍ରତ୍ୟୁଷ ଚଇନି ମୁଖାଗ୍ନି ଅର୍ପଣ କରିଥିଲେ lରିପୋର୍ଟ ଶ୍ରୀବତ୍ସ ପାଢ଼ୀ