Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାର ମୂଖ୍ୟ ଫାଟକ ସମ୍ମୁଖରେ ପୂର୍ବ ଉପକୂଳ ଶ୍ରମିକ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଦୁଇ ଘଣ୍ଟିଆ ପ୍ରତିବାଦ ସଭା। 1

ପାରାଦ୍ୱୀପ , 23/06/2025, ବିକ୍ରମ ଓଡ଼ିଶା ନିୟୁଜ: ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାର ମୂଖ୍ୟ ଫାଟକ ସମ୍ମୁଖରେ ପୂର୍ବ ଉପକୂଳ ଶ୍ରମିକ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଦୁଇ ଘଣ୍ଟିଆ ପ୍ରତିବାଦ ସଭା। କମ୍ପାନୀ ର ଚୁକ୍ତିନାମା ଅହେତୁକ ବିଳମ୍ବ ବିରୁଦ୍ଧରେ ଏହି ପ୍ରତିବାଦ ଶ୍ରମିକ ଙ୍କ ସ୍ବାର୍ଥ ଲାଗି କରାଯାଇଛି। ଆଇଓସିଏଲ୍ ତୈଳ ବିଶୋଧନାଗାର ରେ ପ୍ରାୟ ୩ହଜାରରୁ ଉର୍ଦ୍ଧ ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି। ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରତି ୩ବର୍ଷ ରେ ସେମାନଙ୍କ ର କମ୍ପାନୀ ସହ ଏକ ଚୁକ୍ତିନାମା କରା ଯାଇଥାଏ। ହେଲେ ୨୦୨୨ରେ ହୋଇଥିବା ଚୁକ୍ତିନାମା ତିନିବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକ ଙ୍କ ସହ କୌଣସି ଚୁକ୍ତିନାମା କରୁନାହାନ୍ତି। ଯାହା ଫଳରେ ବାରମ୍ବାର ପୂର୍ବ ଉପକୂଳ ଶ୍ରମିକ ସଂଗଠନ ପକ୍ଷରୁ ଦାବିପତ୍ର ଦିଆ ଯାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କୌଣସି କଥା କୁ କର୍ଣ୍ଣପାତ କରୁନାହାନ୍ତି। ଯାହା ଫଳରେ ବାଧ୍ୟ ହୋଇ ଆଜି ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣା ଯାଇଛି। କମ୍ପାନୀ କର୍ତ୍ତୃପକ୍ଷ କିଛି ଦଲାଲି ୟୁନିୟନ୍ ସଂଗରେ ରହି ପୂର୍ବରୁ ଚୁକ୍ତିନାମା ରେ ଖିଲାପ କରୁଛନ୍ତି ।ଯାହା ଫଳରେ ଜଣେ ଶ୍ରମିକ ସଠିକ ପାଉଣା ପାଇବା ରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହାର ପ୍ରତିବାଦ ରେ ପୂର୍ବ ଉପକୂଳ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇବା ସହ ଆସନ୍ତା ଦୁଇମାସ ମଧ୍ୟରେ କମ୍ପାନୀ ଶ୍ରମିକ ଙ୍କ ସହ ଚୁକ୍ତିନାମା କରିବା ପାଇଁ ଦାବୀ କରିଛି। ଯଦିଓ ଏଥିରେ ଖିଲାପ ହୁଏ ତେବେ ଶ୍ରମିକ ଙ୍କ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ଚେତାବନୀ ଦେଇଛି।
Article Image
Article Image
Article Image