Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଜେପି ନେତାଙ୍କ ପ୍ରୟାସରେ ମୁମ୍ବାଇରୁ ଓଡିଶା ଆସିଲା ଯୁବକଙ୍କ ମରଶରୀର। 1

ଖଇରା, 23/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଜେପି ନେତାଙ୍କ ପ୍ରୟାସରେ ମୁମ୍ବାଇରୁ ଓଡିଶା ଆସିଲା ଯୁବକଙ୍କ ମରଶରୀର।
Article Image
ଖଇରା,୨୩/୦୬:ଖଇରା ଥାନା ଶୁଣ୍ଢିରା-ଗଣ୍ଡିବେଡ଼ ପଞ୍ଚାୟତ ଅଧିନ ନୂଆସାହି ଗ୍ରାମର ମୁମ୍ବାଇରେ ରହୁଥିବା ଜଣେ ଯୁବକଙ୍କ ମୃତଦେହ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ପ୍ରୟାସରେ ଘରକୁ ଅଣାଯାଇଛି।ନୂଆସାହି ଗ୍ରାମର ନିରଞ୍ଜନ ଶିଅଳ ମୁମ୍ବାଇ ଥାନେ ଅଞ୍ଚଳର ଏକ ଦୋକାନରେ ରହି କାର୍ଯ୍ୟ କରୁଥିଲେ।ହେଲେ ଗତ ଶନିବାର ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।ଘଟଣା ବିଷୟରେ ଖବର ପାଇ ନିରଞ୍ଜନଙ୍କ ପତ୍ନୀ ସନ୍ଧ୍ୟାରାଣୀ ଶିଅଳଙ୍କ ସମେତ ପରିବାର ଲୋକେ ବିଜେପି ନେତା ଠାକୁର ରଞ୍ଜିତ ଦାସଙ୍କୁ ଘଟଣା ବିଷୟରେ ଜଣାଇବା ସହ ମୃତ ଘରକୁ ଆଣିବାକୁ ନିବେଦନ କରିଥିଲେ।ପରେ ଶ୍ରୀ ଦାସ ନିରଞ୍ଜନଙ୍କ ମାଲିକ ଏବଂ ସେଠାକାର ପ୍ରଶାସନ ସହିତ ଯୋଗାଯୋଗ କରି ଫ୍ଲାଇଟ ଯୋଗେ ମୃତଦେହ ଭୁବନେଶ୍ୱର ଅଣାଯାଇଥିଲା।ପରେ ଆମ୍ବୁଲାନ୍ସ ଯୋଗେ ଗାଁକୁ ମୃତ ଶରୀର ଆଣି ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।ପରିବାର ସମେତ ଅଞ୍ଚଳବାସୀ ବିଜେପି ନେତା ଠାକୁର ରଞ୍ଜିତ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ