Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଶିଶୁ ଶ୍ରମିକ ଉଦ୍ଧାର ପାଇଁ ଅସ୍ତରଙ୍ଗ ରେ ପହଞ୍ଚିଲା ଶ୍ରମବିଭାଗ 3

କାକଟପୁର, 23/06/2025, ବିକ୍ରମ ଓଡ଼ିଶା ନିୟୁଜ: ଶିଶୁ ଶ୍ରମିକ ଉଦ୍ଧାର ପାଇଁ ଅସ୍ତରଙ୍ଗ ରେ ପହଞ୍ଚିଲା ଶ୍ରମବିଭାଗ
Article Image
କାକଟପୁର ୨୩/୬ (ତୁଷାର ଦୀକ୍ଷିତ )ଏବେ ଏବେ ମିଳୁଛି ବିଭିନ୍ନ ବିଭାଗ ର ନ୍ୟାୟିକ କାର୍ଯ୍ୟ ଦକ୍ଷତା, ଅସ୍ତରଙ୍ଗ ବ୍ଲକ ପ୍ରଶାସନ ଯେଉଁଠି ଦକ୍ଷତା ଦେଖେଇବାରେ ଅସମର୍ଥ ସେଠି ଜିଲ୍ଲା ପ୍ରଶାସନ ତରଫରୁ କରାଯାଉଛି ଅଚାନକ ଚଢ଼ାଉ, ଅସ୍ତରଙ୍ଗ ବଜାର ରେ ଅନେକ ବ୍ୟବସାୟିକ ଅନୁଷ୍ଠାନ ରେ ଦୀର୍ଘବର୍ଷ ହେବ ନାବାଳକ ଶ୍ରମିକ ଙ୍କୁ କାର୍ଯ୍ୟ ରେ ନିୟୋଜିତ କରିଆସିଛନ୍ତି କିଛି ବ୍ୟବସାୟୀ, ଯାହାକୁ ଦୃଷ୍ଟି ରେ ରଖି ଅନେକ ଦିନ ହେବ ଅନେକ ଗଣମାଧ୍ୟମ ସଂସ୍ଥା ରେ ଏହି ଖବର ପ୍ରସାରଣ ହେଈ ଆସୁଥିଲା, ଆଜି ହଟାତ ଅସ୍ତରଙ୍ଗ ବଜାର ରେ ପୁରୀ ଶ୍ରମ ବିଭାଗ ର ସ୍ୱତନ୍ତ୍ର ଚାରି ଜଣିଆ ଟିମ୍ ଅସ୍ତରଙ୍ଗ ପୋଲିସ ସହାୟତା ରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଯଥା -ଜଳଖିଆ ଦୋକାନ, ଗ୍ୟାରେଜ, ତେଜରାତି ଦୋକାନ ପ୍ରଭୁତି ଅନୁଷ୍ଠାନ ରେ ଚଢ଼ାଉ କରିଥିଲେ, ପୁରୀ ଅତିରିକ୍ତ ଶ୍ରମ ଅଧିକାରୀ ଆଶିଷ କୁମାର ମାଝୀ ଓ ଚିନ୍ମୟ ପ୍ରିୟଦର୍ଶୀ ଙ୍କ ନେତୃତ୍ୱ ରେ ଶ୍ରମ ବିଭାଗ ର କାଉଁସେଲର ସୁର୍ଯ୍ୟକାନ୍ତ ପଣ୍ଡା ଓ ସୁପରଭାଇଜର ଭବାନୀ ଶଙ୍କର ପଲାଇ ଙ୍କ ସ୍ୱତନ୍ତ୍ର ଚାରିଜଣିଆ ଓ ଅସ୍ତରଙ୍ଗ ପୋଲିସ ଏହି ଚଢ଼ାଉ ରେ ସାମିଲ ହୋଇଥିଲେ, ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ ଅସ୍ତରଙ୍ଗ ରୁ ଭିନ୍ନ ଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରୁ ସମୁଦାୟ ଚାରି ଜଣ ନାବାଳକ ବା ଶିଶୁ ଶ୍ରମିକ ଙ୍କୁ ବିଭାଗ ଠାବ କରିବା ସହ ଉକ୍ତ ଅନୁଷ୍ଠାନ ର ମାଲିକ ମାନଙ୍କ ନିକଟରୁ ଅଣ୍ଡରଟେକିଂ ସହ ଦସ୍ତଖତ ନିଆଯାଇଛି ଆଉ ଆଗକୁ ସେମାନଙ୍କ ବିରୁଦ୍ଧରେ ନୋଟିସ ଜାରି କରାଯିବା ସହ ପୁରୀ କାର୍ଯ୍ୟାଳୟ ରେ ହାଜର ହେବାକୁ ମଧ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି l