Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପଥଭ୍ରଷ୍ଟ ଯୁବ ପିଢ଼ିମାନଙ୍କ ପାଇଁ ଘୋଡାନାଚ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ) 6

ଜଗତସିଂହପୁର , 24/06/2025, ବିକ୍ରମ ଓଡ଼ିଶା ନିୟୁଜ: ( ପଥଭ୍ରଷ୍ଟ ଯୁବ ପିଢ଼ିମାନଙ୍କ ପାଇଁ ଘୋଡାନାଚ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ )ଜଗତସିଂହପୁର
Article Image
ତା =24/6/25ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ନିଶାଚର ମାନେ କାୟା ବିସ୍ତାର କରିବାରୁ ଆଜିର ଯୁବ ପିଢ଼ି ପଥଭ୍ରଷ୍ଟ ହୋଇ ଅନେକ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି |ଦୈନଦିନ ଆମ ସମାଜ ରେ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ୍ୟ ବୃଦ୍ଧି ପାଉଛି | ନିଶା ସେବନ କରି କେତେ ପରିବାର ସର୍ବଶାନ୍ତ ହେଉଛନ୍ତି | ପଥଭ୍ରଷ୍ଟ ଯୁବ ପିଢ଼ି ଙ୍କୁ ଉଚିତ ମାର୍ଗ କୁ ଆଣିବା ନିମନ୍ତେ ଜଗତସିଂହପୁର ବ୍ଲକ କଳା ସଂସ୍କୃତି ସଂଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟ ରେ ମାଦକ ଦ୍ରବ୍ୟ ଓ ନିଶାଦ୍ରବ୍ୟ ର କୁପରିଣତି ଏବଂ ଅପମିଶ୍ରିତ ବିଷାକ୍ତ ଚୋରା ମଦ ବିରୋଧ ରେ ଘୋଡା ନାଚ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ସମଙ୍ଗ ଏବଂ ଅୟର ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି |ପଞ୍ଚାୟତ ର ସରପଞ୍ଚ, ମହିଳା ସ୍ୱୟଂ ସହାୟକ ଦଳ ନେତୃବୃନ୍ଦ ଏକତ୍ରିତ ହୋଇ ଏହି ସଚେତନତା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ