Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ସ୍ୱାମୀ, ଶ୍ୱଶୁର,ଦିଅରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ, 4

କାକଟପୁର, 24/06/2025, ବିକ୍ରମ ଓଡ଼ିଶା ନିୟୁଜ: ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ସ୍ୱାମୀ, ଶ୍ୱଶୁର,ଦିଅରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ,
Article Image
କାକଟପୁର ତା 24 /6 କାକଟପୁର ଥାନା ଅଧିନସ୍ଥ ଅନନ୍ତପୁର ଗ୍ରାମରେ ଶାଶୁର ପିଣ୍ଡ ପକାଇବାକୁ ଆସିଥିବା ବଡ଼ବୋହୂକୁ ଅକଥନୀୟ ନିର୍ଯ୍ୟାତନା ଦେବା ସହିତ ମରଣାନ୍ତକ ଆକ୍ରମଣ କରିଛନ୍ତି ପରିବାର ଲୋକେ l ଏନେଇ ବଡ଼ବୋହୁ ମଧୁସ୍ମିତା ରାୟ କାକଟପୁର ଥାନାକୁ ଖବର ଦେଇଥିଲେ ମଧ୍ୟ ଥାନା କର୍ମଚାରୀ ଯିବା ବେଳକୁ କର୍ମଚାରୀ ମାନଙ୍କୁ ପରିବାର ଲୋକେ ବୋହୁ ପାଗେଳୀ କହି ଘଉଡ଼ାଇ ଦେଇଥିଲେ l ସେତେବେଳକୁ ମହିଳା ଜଣଙ୍କ ସଂଜ୍ଞାହୀନ ଅବସ୍ଥାରେ ଥିଲେ l ଚେତା ଫେରିବା ପରେ ମଧୁସ୍ମିତା ନିଜ ବାପଘରକୁ ଖବର ଦେଇ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କାକଟପୁର ପୋଲିସ କେବଳ ମାମଲା ରୁଜୁ କରି ଚୁପ ବସି ରହିବା ପୀଡିତା ମହିଳା କ୍ଷୋଭର ସହିତ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଅପର ପକ୍ଷରେ ମଧୁସ୍ମିତା ବାହାହୋଇ ଆସିବା ଦିନ ଘରେ ପହଞ୍ଚିବା ବେଳକୁ ଶାଶୁଙ୍କର ଅକାଳ ବିୟୋଗ ତାଙ୍କ ବୈବାହିକ ଜୀବନକୁ ଛାରଖାର କରିଦେଇଥିଲା l ସେହିଦିନ ଠାରୁ ତାଙ୍କ ଉପରେ ପରିବାର ପକ୍ଷରୁ ବଢିଯାଇଥିଲା ଅକଥନୀୟ ନିର୍ଯ୍ୟାତନା l ସ୍ୱାମୀ ସୁଦୂର ଗୋଆ ରେ ରହିବା କାରଣରୁ ଶ୍ୱଶୁର ଓ ଦିଅରର ମଧୁସ୍ମିତା ଙ୍କ ଉପରେ ପଡିଥିଲା ଲୋଲୁପ ଦୃଷ୍ଟି,ନିଜ କାମନା ଓ ବାସନା କୁ ଚରିତାର୍ଥ କରିବା ପାଇଁ ଅନେକ ଥର ଉଦ୍ୟମ କରିଛନ୍ତି ବୋଲି ପୀଡିତା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି l ଯାହାଫଳରେ ମଧୁସ୍ମିତା ଙ୍କୁ ବାରମ୍ବାର ବାପ ଘରକୁ ଯିବାକୁ ପଡୁଥିଲା l ଗତ ୨୨ ତାରିଖ ଦିନ ମଧୁସ୍ମିତା ଶାଶୁ ଙ୍କ ପିଣ୍ଡ ଦେବାକୁ ସେ ନିଜ ଶାଶୁ ଘରକୁ ଆଇଥିବା ବେଳେ ସ୍ୱାମୀ, ଶ୍ୱଶୁର ଓ ଦିଅର ତାଙ୍କୁ ଦଉଡ଼ିରେ ବାନ୍ଧି ନିର୍ଘାତ ମାଡ ମାରି ସଂଜ୍ଞାହୀନ କରିଦେଇଥିଲେ l ଲୋକଲଜ୍ୟାକୁ ନଡରି ସେ ପୋଲିସ ରେ ଅଭିଯୋଗ କରିଥିଲେ ମଧ୍ୟ କାକଟପୁର ପୋଲିସ କେବଳ ଅସଦାଚରଣ ମାମଲା ରୁଜୁ କରି ତୁମ ପରିବାର କଥା ତେଣୁ ଯାହା ବୁଝିବା କଥା କୋର୍ଟ ବୁଝିବ ବୋଲି ପୀଡ଼ିତାଙ୍କୁ ରୋକଠୋକ ଶୁଣାଇଦେଇଥିଲେ l ଏବେ ୨ ଟି କନ୍ୟା ସନ୍ତାନକୁ ସାଙ୍ଗରେ ଧରି ଅନାହତ ଭବିଷ୍ୟତ ଅପେକ୍ଷାରେ ରାହା ଖୋଜୁଛନ୍ତି ପୀଡିତା ମଧୁସ୍ମିତା l ଆଇନ ଉପରୁ ଆସ୍ଥା ତୁଟାଇ କେତେଦିନ ଆଉ ନିର୍ଯ୍ୟାତନା ସହିବେ ସେ କଥା ଭାଳି ହେଉଛନ୍ତି l ଦେଖିବାକୁ ବାକି କେବେ ପାଇବେ ମଧୁସ୍ମିତା ନ୍ୟାୟ l ଏ ସଂକ୍ରାନ୍ତରେ କାକଟପୁର ଥାନା ସବ-ଇନସପେକ୍ଟର ଗୌରୀଶଙ୍କର ସେଠୀଙ୍କୁ ପଚାରିବାରେ ସେ କେଶ ବିଷୟରେ ଅବଗତ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି l
Article Image