Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଝଙ୍କଡ଼ରତ୍ନ ଗୋଲୋକ ପଲlଇଙ୍କ 'ଏଇ ମୋ ଗାଁ ' ପୁସ୍ତକ ଉନ୍ମୋଚନ 1

ତିର୍ତୋଲ, 24/06/2025, ବିକ୍ରମ ଓଡ଼ିଶା ନିୟୁଜ: ଝଙ୍କଡ଼ରତ୍ନ ଗୋଲୋକ ପଲlଇଙ୍କ 'ଏଇ ମୋ ଗାଁ ' ପୁସ୍ତକ ଉନ୍ମୋଚନତିର୍ତ୍ତୋଲ-୨୪/୬-(ରିପୋର୍ଟ-ଟୁକନ ସେଠୀ)-,ସମଗ୍ର ବିଶ୍ୱ ସାହିତ୍ୟର ଏନ୍ତୁଡ଼ିଶାଳ ହେଉଛି ଗାଆଁ l ଗାଆଁ ମାଟିର କବି ସାରଳା ଦାସ ଓଡ଼ିଆ ଭାଷାରେ ବିଶାଳ ମହାଭାରତ କାବ୍ୟ ରଚନା କରିଥିବାରୁ ତାଙ୍କୁ ଏ ମାଟିର ମହାକବି ବୋଲି କୁହାଯାଇଛି l ପଲ୍ଲୀକବି ନନ୍ଦକିଶୋର ବଳ, କବି ସଚ୍ଚି ରାଉତରାୟ,କବି ନନ୍ଦକିଶୋର ସାମଲଙ୍କ ଭଳି କବିମାନଙ୍କ ଗ୍ରାମ୍ୟ କବିତାଗୁଡିକରେ ଅନୁପ୍ରାଣିତ ହୋଇ ଝଙ୍କଡ଼ରତ୍ନ ଗୋଲୋକ ବିହାରୀ ପଲାଇଙ୍କ ଦ୍ୱାରା ପଚସ୍ତରୀଟି ଗ୍ରାମ୍ୟ କବିତାର ଏକ ସଂକଳନ 'ଏଇ ମୋ ଗାଆଁ 'ପ୍ରକାଶ କରାଯାଇଥିବାଛି ବୋଲି ଗତ ରବିବାର ଦିନ ପୂର୍ବାହ୍ନରେ ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗରାମ ପଂଚାୟତସ୍ଥ ଅଲଣା ଗ୍ରାମରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଯୋଗଦେଇ ବହୁବିଶିଷ୍ଟ ସାହିତ୍ୟିକଗଣ ସେମାନଙ୍କର ମତ ବ୍ୟକ୍ତ କରିଛନ୍ତି l ଅଲଣା ନେତାଜୀ ସାଂସ୍କୃତିକ ଯୁବପରିଷଦ ଓ ଶ୍ରୀ ଶ୍ରୀ ସତ୍ୟନାରାୟଣ ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ,ସମୀକ୍ଷା ଓ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଶ୍ଵଭାରତୀ ଶାନ୍ତିନିକେତନର ପୂର୍ବତନ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ ଏହା ଏକ ଗ୍ରାମ୍ୟଭିତ୍ତିକ ତଥ୍ୟସମ୍ବଳିତ କବିତାଗ୍ରନ୍ଥ ବୋଲି ମତବ୍ୟକ୍ତ କରିଥିଲେ l ବିଶିଷ୍ଟ ସଂସ୍କୃତି ଗବେଷକ ତଥା ଝଙ୍କଡ଼ ସାହିତ୍ୟ ସଂସଦର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟବକ୍ତାଭାବେ ବାଲେଶ୍ୱର ବିଶ୍ୱବିଦ୍ୟାଳୟ ଓଡ଼ିଆଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅବସରପ୍ରାପ୍ତ ପ୍ରଫେସର ଡ. ନାରାୟଣ ପଣ୍ଡା,ବିଶିଷ୍ଟ ଆଲୋଚିକାଭାବେ ସୁଲେଖିକା ତଥା ବାଗ୍ମୀ ପ୍ରଫେସର ଡ. ପ୍ରତିଭା ମହାରଥୀ,ଆଲୋଚକ ଭାବେ ବିଶିଷ୍ଟ ଶିକ୍ଷାବିତ ଉମାକାନ୍ତ ନାୟକ,ଗାୟକଗୌରବ ରଜନୀକାନ୍ତ ପୃଷ୍ଟି,ସାହିତ୍ୟରତ୍ନ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ ଓ ମୁଖ୍ୟ ସଂଚାଳିକା ଭାବେ ଝଙ୍କଡ଼ ସାହିତ୍ୟ ସଂସଦ ଉପସଭାପତି ପ୍ରାଧ୍ୟାପିକା ଡ. ବିଷ୍ନୁପ୍ରିୟା ଦାସ, ପ୍ରମୁଖ ଲୋକାର୍ପିତ ଗ୍ରନ୍ଥ 'ଏଇ ମୋ ଗାଆଁ 'ର ବିଭିନ୍ନ କବିତା ସମୀକ୍ଷାକରି ନିଜ ନିଜର ମତବ୍ୟକ୍ତ କରିଥିଲେ l ସଂଗଠନ ସମ୍ପାଦକ ପଣ୍ଡିତ ବାସବ କୁମାର ନନ୍ଦ ଅତିଥିପରିଚୟ ଦେଇଥିବାବେଳେ ଯୁବପରିଷଦ ତରଫରୁ ନିରଞ୍ଜନ କୁଅଁର ଓ ପୁରାତନ ଛାତ୍ର ପରିଷଦ ପକ୍ଷରୁ ରମାକାନ୍ତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ମିନର୍ଭା ମହାନ୍ତି ଓ ପାୟଲ ମଣ୍ଡଳ ମଞ୍ଚ ସଂଯୋଜନାରେ ସହାୟତା କରିଥିଲେ l ପ୍ରାରମ୍ଭରେ ସାଈ ଋତୁପର୍ଣ୍ଣା ପରିଡା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ସୋନାଲି ସାହୁ, ଅର୍ପିତା ଦାସ l
Article Image
ଗ୍ରନ୍ଥ ଉନ୍ମୋଚନ ପୂର୍ବରୁ ଶିକକ୍ଷାବିତ ଅକ୍ଷୟ ଦାସଙ୍କ ପୌରୋହିତ୍ୟରେ କବିତା ଆସର ଅନୁଷ୍ଠିତ ହୋଇଥିଲା l ଏହିସଭାରେ ମୁଖ୍ୟ ଅତିଥିଭାବରେ ସୁସାହିତ୍ୟିକ ପଣ୍ଡିତ ନାଗୁଚରଣ ଦେବତା, ମୁଖ୍ୟ ବକ୍ତା ଭାବରେ ଡ. ଆରତୀ ତ୍ରିପାଠୀ,ସମ୍ମାନିତ ଅତିଥି ଭାବେ କବି ହେମନ୍ତ କୁମାର ନାୟକ, ଡ. ବସନ୍ତ ମଞ୍ଜରୀ ଦାସ, ଶିକ୍ଷାବିତ ଗୋଲାପ ରାଣୀ ସାହୁ,ଗୀତିକାର ଜୀବନାନନ୍ଦ ଅଧିକାରୀ, ଶିକ୍ଷୟିତ୍ରୀ ପ୍ରିୟତମା ସାହୁ ଯୋଗଦେଇଥିଲେ l କବିତା ସଂଯୋଜିକା ଭାବରେ ଝଙ୍କଡକନ୍ୟା ସବିତl ନାୟକ,ପ୍ରତିଭା ମିଶ୍ର ଓ ଆରତୀ ଦାଶ ଯୋଗଦାନ କରିଥିଲେ l କବି ଝୁଲରାମ ଦାସ ଅତିଥି ପରିଚୟ, ଦିଗମ୍ବର ରାଉତ ସ୍ୱାଗତ ଭାଷଣ ଓ ମାନସୀପ୍ରଭା ସ୍ୱାଇଁ ଧନ୍ୟବାଦ ଦେଇଥିଲେ lଅଲଣା ଗ୍ରାମବାସୀଙ୍କ ସହ ଭlରିଶୋଳ, ମଠ,ବଡ଼ିଜଙ୍ଗା ଓ ସାରୋଳ ଗ୍ରାମବାସୀ ବୃନ୍ଦ ଏଥିରେ ଯୋଗଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉମେଶ ଚନ୍ଦ୍ର ବାରିକ,ସୌମ୍ୟରଂଜନ ସ୍ୱାଇଁ, ତ୍ରିଲୋଚନ ରାଉତ, ଚିତ୍ତରଞ୍ଜନ କୁଅଁର,ଉଦୟନାଥ ପଲାଇ,ନକୁଳ କୁଅଁର, ଗୋଲକ ବିହାରୀ ସାହୁ,ଚିତ୍ତରଞ୍ଜନ ଦାସ, ନଟବର ପlତ୍ର, ବେଣୁଧର ଶତପଥୀ,ଗଙ୍ଗାଧର ବିଶ୍ୱାଳ, ସୁଶାନ୍ତ କୁମାର ଶତପଥୀ,ଦେବେନ୍ଦ୍ରନାଥ ସ୍ୱାଇଁ, ପ୍ରଦ୍ୟୁମ୍ନ କିଶୋର ଚୟନୀ,ନିତ୍ୟାନନ୍ଦ ନାୟକ, ଆଶିଷ କୁମାର ପରିଜା,ପଦ୍ମାବତୀ ମିଶ୍ର, ଅଞ୍ଜନା ମହାନ୍ତି,ରଞ୍ଜିତା ସାହୁ, ମନୋରଞ୍ଜନ ସ୍ୱାଇଁ,ପରମାନନ୍ଦ ମିଶ୍ର, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ,ଆଇନଜୀବୀ ପ୍ରଶାନ୍ତ କୁମାର ଦାସ, ପ୍ରେମ ଚରଣ ରାଉତ, କୈଳାସ ଚନ୍ଦ୍ର ପ୍ରଧାନ,ନାରାୟଣ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l