Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁ ନେଇ ବୁଗୁଡ଼ା ରୁ ଏକ ଛାତ୍ର ପ୍ରତିନିଧି 1

ବୁଗୁଡ଼ା, 24/06/2025, ବିକ୍ରମ ଓଡ଼ିଶା ନିୟୁଜ: ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁ ନେଇ ବୁଗୁଡ଼ା ରୁ ଏକ ଛାତ୍ର ପ୍ରତିନିଧି ଦଳ ବାଲିପଦର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହ ଅଣ ଛାତ୍ର ପ୍ରବେଶ, ଛାତ୍ର ଛାତ୍ରୀ ମାନଙ୍କ ନାମଲେଖା ଓ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଛନ୍ତି ଏଥିରେ ଛାତ୍ର ନେତା ରାକେଶ ଜେନା, ସୁରୀୟ ପ୍ରକାଶ ସାହୁ, ସୋନୁ ଜେନା ପ୍ରମୁଖ ଯୋଗ ଦେଇଥିଲେ।ସୂଚନାଯୋଗ୍ୟ ଯେ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ନେଇ ଗତି କରୁଛି ଏବଂ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନାହାନ୍ତି।ସରକାର ବଦଳିଲା କିନ୍ତୁ ଏହି ମହାବିଦ୍ୟାଳୟ ର ଭିତ୍ତିଭୂମି ବଦଳିଲା ନାହିଁ।ନାହିଁ ନାହିଁ ରେ ଚାଲିଥିବା ମହା ବିଦ୍ୟାଳୟ ରେ ନା ଅଛି ପାନୀୟ ଜଳ ସୁବିଧା ନା ଅଛି ପରିମଳ ସୁବିଧା, ଏପରିକି ଭଲ ଖେଳ ପଡିଆ, ଗୋଟେ ଭଲ ପାର୍କିଂ ଵ୍ୟବସ୍ଥା ସୁବିଧା ନାହିଁ। ମହା ବିଦ୍ୟାଳୟକୁ ବାରମ୍ବାର ଅଣ ଛାତ୍ର ପ୍ରବେଶ ଯୋଗୁଁ ମହାବିଦ୍ୟାଳୟ କ୍ୟାମ୍ପସ ପ୍ରାୟ ଅଶାନ୍ତ ରହୁଛି, ଏଠାରେ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଉପରେ ଉଠୁଛି ପ୍ରଶ୍ନବାଚୀ।ମହାବିଦ୍ୟାଳୟ ର ବର୍ଦ୍ଧିତ ଫିଜ ଯୋଗୁଁ ଅବିଭାବକ ବର୍ତ୍ତମାନ ଚିନ୍ତା ରେ।ତେଣୁ ଏସବୁ ସମସ୍ୟା କୁ ତୁରନ୍ତ ଦୂର କରିବା ସହ ଉଚିତ ପଦକ୍ଷେପ ନେବାକୁ ମହାବିଦ୍ୟାଳୟ କୁ ଅବଗତ କରାଇ ଥିବା ଜଣାଯାଇଛି।
Article Image