Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 24/06/2025, ବିକ୍ରମ ଓଡ଼ିଶା ନିୟୁଜ: ବଣିଆସାହି ଛକ ଠାରୁ ନଦା ମହଲା ଛକ ପର୍ଯ୍ୟନ୍ତ ରାସ୍ତା ସଫା କଲେ ଯୁବକ ମାନେତିର୍ତ୍ତୋଲ ୨୪/୬- (ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଷନପୁର ପଞ୍ଚାୟତ ପୋଷଲ - କୃଷ୍ନାନନ୍ଦପୁର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବଣିଆସାହି ଛକ ଠାରୁ ନଦାମହଲା ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ମାଡି ଯାଇଥିବା ଗଛ ଲତା ଓ ଡାଳ ସଫା କରିଥିଲେ l ରାସ୍ତା ର ଅନେକ ସ୍ଥାନରେ ଦୁଇ ପାର୍ଶ୍ୱରେ ଅନାବନା ଗଛ ଲତା ଭର୍ତ୍ତି ହୋଇ ରାସ୍ତା ସଂକୁଚିତ ହୋଇଯିବା ଫଳରେ ଜନସାଧାରଣ ମାନଙ୍କର ଯାତାୟାତ ରେ ନାନାଦିପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଥିବା ନଜିର ରହିଛି l ପ୍ରାୟତଃ ରାସ୍ତାର. ବୁଲାଣି ଉଭୟ ପଟରୁ ଆସୁଥିବା ଗାଡି ଚାଳକ ମାନେ ଜାଣି ପାରୁନାହାନ୍ତି l ଯାହା ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ଆଜି ଏହି ଛକ ଠାରେ ଅବୁ କଲାମ, ଦୌଲତ ଏବ୍ରାହିମ, ଶେଖ ଅଲିମ, ଶେଖ ସଲିମ, ଅଜହର, ଅବୁ ନସର, ଶେଖ ନାସିର, ସେଖ ରିହାନ, ମୋହମ୍ମଦ ହନିଫ, ଖେଳ ଶିକ୍ଷକ ସେଖ ରାଜା ପ୍ରମୁଖ ଏହି ରାସ୍ତା କୁ ସଫେଇ କରିଥିଲେ l