Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଜେଡି ଛାତ୍ର ଯୁବ ଜନତା ଦଳ ର ଆନ୍ଦୋଳନ ପ୍ରସ୍ତୁତି। 2

ଖୋର୍ଦ୍ଧା, 24/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଜେଡି ଛାତ୍ର ଯୁବ ଜନତା ଦଳ ର ଆନ୍ଦୋଳନ ପ୍ରସ୍ତୁତି।ଖୋର୍ଦ୍ଧା: ସାରା ରାଜ୍ୟ ରେ ଗଣ ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣା ପ୍ରତିଦିନ ଘଟୁଛି। ବିଶ୍ବ ରେ ଓଡ଼ିଶା ଏହି ଘଟଣା କୁ ନେଇ ନିନ୍ଦିତ ହେଉଛି। ରାଜ୍ୟ ରେ ମହିଳାଙ୍କୁ ସୁରକ୍ଷିତ ଦେବା ରାଜ୍ୟ ସରକାରଙ୍କ ପ୍ରଥମ କାର୍ଯ୍ୟ ହେବା ଉଚିତ୍। ଡବଲ ଇଞ୍ଜିନ ସରକାର ଙ୍କ ଶାସନ ପ୍ରତିବାଦ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷ ରୁ ଆସନ୍ତା ଜୁନ୍ ୨୫ତାରିଖ ଦିନ ରାଜ୍ୟ ର ବିଭିନ୍ନ ମହାବିଦ୍ୟାଳୟ ସମ୍ମୁଖ ରେ ପ୍ରତିବାଦ ଏବଂ ବିକ୍ଷୋଭ ସଭା ଅନୁଷ୍ଠିତ ହେବ। ଏହି ଅବସର ରେ ଖୋର୍ଦ୍ଧା ବିଜେଡି ଯୁବ ଛାତ୍ର ଜନତା ଦଳ ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ବିଜେଡି ଛାତ୍ର ଜନତା ଦଳ ସଭାପତି ସ୍ଵାଧୀନ ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ମିଳନୀ ରେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ଶୁଭ କାନ୍ତ ମହାପାତ୍ର, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡେଙ୍ଗା, ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ସାହୁ, ଛାତ୍ର ନେତା ଅମିତ୍ କୁମାର ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦ ରେ ଛାତ୍ର ଏବଂ ଯୁବ ଗୋଷ୍ଠୀ ଙ୍କ ପ୍ରତିବାଦ ସଭାକୁ ସଫଳ କରିବାକୁ ଆହ୍ଵାନ ଦେଇଥିଲେ।
Article Image
Byte: ସ୍ଵାଧୀନ କୁମାର ପଣ୍ଡା, ସଭାପତି, ବିଜୁ ଛାତ୍ର ଜନତା ଦଳ।Byte: ଅବ୍ୟକ୍ତ ହରିହର ଖାଡେଙ୍ଗା, ସାଧାରଣ ସମ୍ପାଦକ, ବିଜେଡି ଯୁବ ଜନତା।