Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 25/06/2025, ବିକ୍ରମ ଓଡ଼ିଶା ନିୟୁଜ: ଅଙ୍ଗନୱାଡି କର୍ମୀଙ୍କୁ ମହିଳା ସୁପରଭାଇଜରଙ୍କ ଦୁର୍ବ୍ୟବହାର ଘାଟଣାକୁ କେନ୍ଦ୍ରକରି ନାଉଗାଁ ମହିଳା ଓ ଶିଶୁବିକାଶ କାର୍ଯାଳୟ ସମ୍ମୁଖରେ ସଂଘ ପକ୍ଷରୁ ଧାରଣା
ନାଉଗାଁ, ୨୫/୬: ବିକ୍ରମ ଓଡିଶା ନିୟଜୁ ନାଉଗାଁ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଅଙ୍ଗନୱାଡି ସଂଘ କର୍ମୀ ମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତକାଲି ୨୪ତାରିଖରେ ନାଉଗାଁ ବ୍ଳକ ଅଧିନ ଘୋଡାଂଶ ପଞ୍ଚାୟତରେ ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ ଏକ ସେକ୍ଟର ବୈଠକ ଅନୁଷ୍ଠିତ ହେଇଥିଲା। ଉକ୍ତ ବୈଠକରେ ହରସିପୁର ଅଙ୍ଗନୱାଡି କେନ୍ଦ୍ରର କର୍ମୀ ରାଜଲକ୍ଷ୍ମୀ ରାଉଳଙ୍କୁ ଏକ ପ୍ରସଙ୍ଗକୁ ନେଇ ମହିଳା ସୁପରଭାଇଜର ସର୍ଵ ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳି କରିଥିଲେ। ଯାହାକୁନେଇ ରାଜଲକ୍ଷ୍ମୀ ଅଲ ଓଡିଶା ଅଙ୍ଗନୱାଡି ମହିଳା ଆସୋସିଏସନର ନାଉଗାଁ ଶଖାରେ ଅଭିଯୋଗ କରିବା ପରେ ଆଜି ସଂଘର କର୍ମକର୍ତା ମାନଙ୍କ ସହିତ ଅନ୍ୟ ଅଙ୍ଗନୱାଡି କର୍ମୀ ମାନେ ନାଉଗାଁ ମହିଳା ଓ ଶିଶୁବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂପୃକ୍ତ ସୁପରଭାଇଜରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଧାରଣାରେ ବସିଥିଲେ। ତେବେ ଘଟଣା ସ୍ଥଳରେ ନାଉଗାଁ ପୁଲିସ ଓ ନାଉଗାଁ ମହିଳା ଓ ଶିଶୁ ବିକାଶ ଅଧିକାରୀ କର୍ମୀମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲାନାଉଗାଁ ରୁ ବୈଷ୍ଣବ ରାଉଳ