Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କନକପୁର ପୋଷ୍ଟଅଫିସ ରେ ବିଦୟୀ ଓ ନବାଗତ ଉପଡାକପାଳ ଙ୍କୁ ସମ୍ବର୍ଦ୍ଧନା 1

ତିର୍ତୋଲ, 25/06/2025, ବିକ୍ରମ ଓଡ଼ିଶା ନିୟୁଜ: କନକପୁର ପୋଷ୍ଟଅଫିସ ରେ ବିଦୟୀ ଓ ନବାଗତ ଉପଡାକପାଳ ଙ୍କୁ ସମ୍ବର୍ଦ୍ଧନା ତିର୍ତ୍ତୋଲ-୨୫/୬-(ରିପୋର୍ଟ-ଟୁକନ ସେଠୀ)-ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ସ୍ଥିତ କନକପୁର ପୋଷ୍ଟ ଅଫିସରେ ଗତ ବୁଧବାର ଦିନ ବିଦାୟୀ ଉପଡାକପାଳ ରାଜୀବ ଲୋଚନ ହାଲଦାର ଓ ନୂତନଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ତ୍ରିଲୋଚନ ପ୍ରଧାନ ଙ୍କ ଉଦ୍ଦେଶ୍ୟରେ କନକପୁର ଉପଡାକପାଳ ଙ୍କ ଅଧିନରେ ଥିବା ବିଭାଗୀୟ ଗ୍ରାମୀଣ ଡାକସେବକ ମାନଙ୍କ ଦ୍ଵାରା ଏକ ବିଦାୟ ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଗୋବିନ୍ଦପୁର ଶାଖା ଡାକପାଳ ଅଜୟ କୁମାର ପରିଡ଼ା ଏକ ଗୀତି କବିତା ପାଠ କରିବା ସମୟରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଭାବବିହ୍ବଳ ହୋଇ ଉଠିଥିଲେ । ଏଥିରେ ବେଗୁନିଆ ର ଅବିନାଶ ସାହୁ , ମାଲଣ୍ଡ ର ଜ୍ୟୋତି ରଞ୍ଜନ ହୋତା, କନକପୁର ର ଆରାଧନା ପତି , କୁରାଢ଼ ର ଉମେଶ ଚନ୍ଦ୍ର ସାହୁ, ସର୍ଦ୍ଦୋଳା ର ନିଶିଥ ରଞ୍ଜନ ବାରିକ, କାବଲ ପୁର ର ନିକୁଞ୍ଜ କିଶୋର ଦାସ, ହରସିଂପୁର ର ଶର୍ମିଷ୍ଠା ଦାସ ଓ କନକ ପୁର ର ସତ୍ୟଜିତ ସାହୁ ପ୍ରମୂଖ ସମସ୍ତ ଶାଖା ଡାକପାଳ ମାନେ ଯୋଗଦେଇ ବିଦାୟୀ ଓ ନବାଗତ ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଡାକକର୍ମଚାରୀ ଭବେଶ କୁମାର ନନ୍ଦୀ ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
Article Image