Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 15/06/2025, ବିକ୍ରମ ଓଡ଼ିଶା ନିୟୁଜ: ( 1992ମସିହା ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠାନ )ଜଗତସିଂହପୁର
ତା =15/6/25ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ଜଗତସିଂହପୁର ଶିକ୍ଷା ବିଭାଗ ଅଧିନ ରେ ଥିବା ମୁଦୁପୁର ପଞ୍ଚାୟତ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ର 1992 ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ସ୍ଥାନୀୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପୁରାତନ ଛାତ୍ର କରୁଣାକର ଦାଶ ଙ୍କ ନେତୃତ୍ୱ ରେ ଦିବଂଗତ ସହପାଠୀ ସ୍ବର୍ଗତ କମଳା କାନ୍ତ ବାରିକ ଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା | ଉପସ୍ଥିତ ବନ୍ଧୁ, ବାନ୍ଧବୀ ଓ ସହପରିବାର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗଦେଇ ପାଠ ପଢା ସମୟ ର ଅନୁଭୂତି ବଖାଣିବା ସହିତ ପରସ୍ପର ମଧ୍ୟରେ ସେହ୍ନ, ଶ୍ରଦ୍ଧାବଜାୟ ରଖିବାକୁ ପରାମର୍ଶ ଦେଇଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ଅରୁଣ କୁମାର ମହାପାତ୍ର, ତାପସ କୁମାର ବଳ, ଶରତ କୁମାର ପଣ୍ଡା, ଉତ୍କଳ କେଶରୀ ସାମଲ,ତପନ କୁମାର ବେହେରା, ସୁକାନ୍ତ କୁମାର ପଳାଇ, ଦମୟନ୍ତୀ ମହାପାତ୍ର, ରୀନା ପ୍ରଧାନ, ବନ ଲତା ଜେନା, ପ୍ରତିଭା ମଞ୍ଜରୀ ବାରିକ ପ୍ରମୁଖ ପରିଚାଳନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ