Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମ୍ମୁଖରେ ଯୁବ ବିଜେଡି ଛାତ୍ରଛାତ୍ରୀ ପକ୍ଷରୁ ଛାତ୍ରୀ ଗଣବଳାତ୍କା ବିରୁଦ୍ଧରେ ବିକ୍ଷୋଭ 2

ଏରସମା, 25/06/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମ୍ମୁଖରେ ଯୁବ ବିଜେଡି ଛାତ୍ରଛାତ୍ରୀ ପକ୍ଷରୁ ଛାତ୍ରୀ ଗଣବଳାତ୍କା ବିରୁଦ୍ଧରେ ବିକ୍ଷୋଭ
Article Image
ଏରସମା ୨୫/୬ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ଗୋପାଳପୁର ଛାତ୍ରୀ ଗଣବଳାତ୍କାରକୁ ସବୁ ମହଲରେ ନିନ୍ଦା କରୁଛନ୍ତି ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି।ବିଜୁଜନତା ଦଳ ପକ୍ଷରୁ ସାରା ରାଜ୍ୟର ଯୁବ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ସେହିପରି ଭାବରେ ଏରସମା ବ୍ଲକ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ କୋଠୀ ରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ଯୁବ ସଭାପତି ପାର୍ଥ ସାରଥୀ ରାଉତ,ବିଜୁଜନତା ଦଳର ଛାତ୍ର ସଭାପତି ସୋନକ ସାସମଲ,ଛାତ୍ର କାର୍ଯ୍ୟକାରି ସଭାପତି ଚନ୍ଦନ କୁମାର ମଲ୍ଲିକଙ୍କ ନେତୃତ୍ୱରେ ବିଜୁ ଯୁବ - ଛାତ୍ର ଜନତା ଦଳ ତରଫରୁ ଆନ୍ଦୋଳନ କରାଯାଇଥିଲା । ଗୋପାଳପୁର ସମୁଦ୍ର ବେଳାଭୂମିରେ ଛାତ୍ରୀ ଗଣବଳାତ୍କାର ଏବଂ କ୍ରମ ବର୍ଦ୍ଧିଷ୍ଣୁ ମହିଳା ନିର୍ଯାତନା ବିରୋଧରେ ଜଗନ୍ନାଥ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ରାକେଶ ସ୍ୱାଇଁ, ବିକ୍ରମ ଦଳାଇ, ବିକାଶ ସେନାପତି,ମହିମା ସ୍ୱାଇଁ ,ପ୍ରତାପ କୁମାର ସ୍ୱାଇଁ, ବିପ୍ଲବ ମହାନ୍ତି,ସୌରଭ ସାହୁଙ୍କ ସମେତ ଶତାଧିକ ଯୁବ ଛାତ୍ର ଛାତ୍ରୀ ଓ ଯୁବ ବିଜେଡିର କର୍ମକର୍ତ୍ତାମାନେ ଧାରଣା ଓ ପ୍ରତିବାଦ କରି ରାଜ୍ୟରେ ଚାଲିଥିବା ବିଜେପି ସରକାରଙ୍କ ଶାସନ ବ୍ୟବସ୍ଥାରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି ରାଜ୍ୟରେ ନାରିମାନେ ଅସୁରକ୍ଷିତ ଅଛନ୍ତି କହି ରାଜ୍ୟ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପିଡୀତାଙ୍କୁ ନାୟ୍ଯା ନମିଳେ ତେବେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ ବ୍ୟାପକ ସାରା ରାଜ୍ୟରେ କରାଯିବ ବୋଲି ବିଜୁଜନତା ଦଳର ଯୁବ ଛାତ୍ର ମାନେ ପ୍ରକାଶ କରିଛନ୍ତି।Ripot ଶ୍ରୀବତ୍ସ ପାଢ଼ୀ