ପାରାଦ୍ୱୀପ , 26/06/2025, ବିକ୍ରମ ଓଡ଼ିଶା ନିୟୁଜ: ପାରାଦୀପ,୨୬/୬ : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ଏବେବି ମନରୁ ଲିଭି ନଥିବା ବେଳେ ପାରାଦୀପ ବେଳାଭୂମିକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏବେ ପାରାଦୀପ ବେଳାଭୂମି ଅସୁରକ୍ଷିତ ହୋଇପଡିଛି । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । ବିଶେଷ କରି ରାତି ହେଲେ ସେଠାରେ ପୁରୁଷ ଓ ମହିଳା ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି ।ପ୍ରେମୀ ଯୁଗଳଙ୍କ ପାଇଁ ପାରାଦୀପ କଳିଙ୍ଗ ବାଲିଯାତ୍ରା ବେଳାଭୂମି ଅମରାବତି ପାଲଟିଛି । ବେଳାଭୂମି ନିକଟରେ ଥିବା ଝାଉଁବଣରେ ବହୁ ଆପତ୍ତିଜନକ ସାମଗ୍ରୀ ଦେଖିବାକୁ ମିଳୁଛି ।