Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ତିର୍ତ୍ତୋଲ ଅଞ୍ଚଳରେ ସିରିଜ ଚୋରି ଡକାୟତି 2

ତିର୍ତୋଲ, 26/06/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ଅଞ୍ଚଳରେ ସିରିଜ ଚୋରି ଡକାୟତିତିର୍ତ୍ତୋଲ-୨୬/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅଞ୍ଚଳରେ ସିରିଜ ଚୋରି ସହ ଡକାୟତି। ରାତିରେ ଦୋକାନ ଘର ଭାଙ୍ଗି ଲୁଟିବା ସହ ଘର ଭିତରେ ପଶି କଳାକନା ବୁଲାଉଛନ୍ତି ଚୋର। କେବଳ ସେତିକିନୁହେଁ ରାତି ପରେ ଏବେ ଦିବାଲୋକରେ ଭୁଜାଲି ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରିଛନ୍ତି ଦୃବୃତ୍ତ। ଏଭଳି ଅଭାବନୀୟ ଦୃଶ୍ୟଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ଅଞ୍ଚଳରେ।ଗତ କିଛିଦିନ ତଳେ ବିଳମ୍ବିତ ରାତିରେ ତିର୍ତ୍ତୋଲ ଥାନା ମଣିଜଙ୍ଗା ବଜ଼ାରରେ ଥିବା ଗୋଟିଏ ସୁନାଦୋକାନ ଏବଂ ଗୋଟିଏ ଫଳ ଦୋକାନ ର ତାଲା ଭାଙ୍ଗି ସୁନା,ଟଙ୍କା, ବିଭିନ୍ନ ଜ଼ିନିସ ଚୋରିକରି ନେଇଥିଲେ ଦୃବୃତ୍ତ। ଗତ ଦୁଇଦିନ ତଳେ ତୁଳଙ୍ଗ ପଞ୍ଚାୟତ ସଳମଙ୍ଗା ଗ୍ରାମରେ ରେ ମଧ୍ୟ ବିଳମ୍ବିତ ରାତିରେ ଘରେ ଥିବା ଲୋକଙ୍କୁ ଆଗୁଆ କବାଟ ଦେଇ ଅନ୍ୟ ଏକ ଘରୁ କଳାକନା ବୁଲାଇଥିଲେ ଦୃବୃତ୍ତ। କେବଳ ସେତିକି ନୁହେଁ ଗତ କାଲି ଅପରାହ୍ନ ସମୟରେ ଧନୁଆ ଗ୍ରାମର ତପସ୍ୱିନୀ ଶତପଥୀ ନାମକ ଜଣେ ମହିଳା ତାଙ୍କ ଭାଇଙ୍କ ସହ ଭଉଣୀ ର ବିହାଘର ଜ଼ିନିସ ସ୍ଥାନୀୟ ରାହାମା ବଜ଼ାରରୁ କିଣି ଫେରୁଥିବା ସମୟରେ ତାର୍ତ୍ତୋଲ ମହାନଦୀ ପୋଲ ଉପରେ ତିନିଜଣ ଦୃବୃତ୍ତ ତପସ୍ୱିନୀ ଙ୍କ ଗାଡି ଆଗରେ ଗାଡି ରଖି ସଙ୍ଗେ ସଙ୍ଗେ ତପସ୍ୱିନୀ ଏବଂ ତାଙ୍କ ଭାଇ ଙ୍କ ବେକରେ ଭୁଜାଲି ଲଗାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବେକରେ ଥିବା ସୁନା ଚେନ କୁ ଝାମ୍ପି ଚମ୍ପଟ ମାରିଥିଲେ ତିନିଜଣ ଦୃବୃତ୍ତ। ତେବେ ଲଗାତାର ଭାବେ ତିର୍ତ୍ତୋଲ ଅଞ୍ଚଳରୁ ଏଭଳି ଚୋରି ଏବଂ ଲୁଟ ଘଟଣା ର ଆସାମୀକୁ ଧରିବା ଏବେ ତିର୍ତ୍ତୋଲ ପୋଲିସ ପାଇଁ ଚ୍ୟାଲେଞ ସୃଷ୍ଟି କରିଛି।
Article Image
Article Image