Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କଣ୍ଟାପଡ଼ା ଛକରେ ରାସ୍ତା ଖରାପ ଯୋଗୁଁ ପ୍ରତିଦିନ ଘଟୁଛି ଦୁର୍ଘଟଣା ମରାମତି ପାଇଁ ଦାବୀ 2

ତିର୍ତୋଲ, 26/06/2025, ବିକ୍ରମ ଓଡ଼ିଶା ନିୟୁଜ: କଣ୍ଟାପଡ଼ା ଛକରେ ରାସ୍ତା ଖରାପ ଯୋଗୁଁ ପ୍ରତିଦିନ ଘଟୁଛି ଦୁର୍ଘଟଣା ମରାମତି ପାଇଁ ଦାବୀତିର୍ତ୍ତୋଲ-୨୬/୬-(ରିପୋର୍ଟ-ଟୁକନ ସେଠୀ)- ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କୁ ପ୍ରବେଶ ପଥରେ, ନାରୁଆ ମୁଳିସିଂହ ରାସ୍ତା ର କଣ୍ଟାପଡ଼ା ଛକରେ ରାସ୍ତାର ଉଭୟ ପାର୍ଶ୍ଵରେ ଖାଲ ହୋଇ ଯାଇଥିବାରୁ, ଏହି ରାସ୍ତା ଦେଇ ସାରଳାପୀଠକୁ ଯାତାୟାତ କରୁଥିବା ଯାନବାହାନ ଗୁଡ଼ିକ, ପ୍ରାୟ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ଦେଇ ଯାତ୍ରୀ ମାନେ, କାକଟପୁର, କୋଣାର୍କ ଓ ପୁରୀ ଯାଉଥିବା ବେଳେ, ଏରସମା ବାଲିକୁଦା ଓ ନାଉଗାଁ ଆଦି ଅଞ୍ଚଳ ର ଲୋକମାନେ ମଧ୍ୟ ନିର୍ଭରଶିଳ ହୋଇଥାନ୍ତି। ମାତ୍ର କଣ୍ଟାପଡ଼ା ଛକରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ , ସ୍ଵାଭାବିକ ଭାବରେ ଦୁର୍ଘଟଣା ଘଟୁ ଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। କିଛି ପଥଚାରୀ ମାନେ ଖଣ୍ଡିଆ ଖାବରା ହୋଇ ମେଡ଼ିକାଲ ଯିବାକୁ ପଡୁଛି। ଯଥାଶୀଘ୍ର ଏହି ରାସ୍ତା ର ମରାମତି କରିବା ପାଇଁ ସାଧାରଣରେ ଦାବୀ ହେଉଛି।
Article Image
Article Image