Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 26/06/2025, ବିକ୍ରମ ଓଡ଼ିଶା ନିୟୁଜ: ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ।

ନାଉଗାଁ ୨୬/୬ବିକ୍ରମ ଓଡ଼ିଶା ନୀୟଜୁ ନାଉଗାଁ ,ମହାପୁରୁଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ମହାପରାୟାଣ ଦିବସ ଅବସରରେ ରାଜ୍ୟର ସମସ୍ତ ଜିଲା ତଥା ବ୍ଲକ ସ୍ତରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଭାତରୁ ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ ଠାରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ସ୍ଥାନୀୟ ମଣିକର୍ଣିକା ଘାଟ ଚଗଲା ଦାସ ମଠର ସାଧୁ ବାବା ଗୋବିନ୍ଦଚନ୍ଦ୍ର ଚକ୍ରବର୍ତ୍ତୀ, ନାଉଗାଁ ପ୍ରେଶକ୍ଲବର ସଭାପତି ବୈଷ୍ଟମ୍ବ ରାଉଳ, ମନୋଜ ନାୟକ, ବଛାଳୋ ସମିତିସଭ୍ୟ ଚନ୍ଦନ ଲେଙ୍କା, ପ୍ରଭୂଚରଣ ଦାସ, ପୂର୍ବତନ ବିଧାୟକ ଯ୍ୟୋଟିଶଚନ୍ଦ୍ର ଦାସ, ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସ୍ଥାନୀୟ ଶିକ୍ଷାବିତ ନିରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ ମନ୍ୟଗନ୍ୟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ମା' କୁତାମଚଣ୍ଡି ଯୁବକ ସଂଘ ଆନୁକୂଲ୍ୟରେ ଦେବୀନଦୀର ଗଳଧାରୀ ସେତୁ ନିକଟରେ ପୂର୍ଣ୍ୟାଆତ୍ମାଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବା ସହିତ ଦେଵୀନଦୀ ବନ୍ଧରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନାଉଗାଁ ସମ୍ବାଦଦାତା ରଶ୍ମୀକାନ୍ତ ପାଢ଼ୀ ପରିଚାଳନା କରିଥିବା ବେଳେ ଶିକ୍ଷାବିତ ଶ୍ରୀକାନ୍ତ ପ୍ରଧାନ, ଗଗନ ଦାସ, ଫକୀର ସ୍ବାଇଁ, ସୁଶାନ୍ତ ଦାସ, ସୁଭଜିତ ପାଢ଼ୀ, ସୌରଭ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ।ନାଉଗାଁ ରୁ ବୈଷ୍ଣବ ରାଉଳ