ଜଗତସିଂହପୁର , 15/06/2025, ବିକ୍ରମ ଓଡ଼ିଶା ନିୟୁଜ: ପଟସରା ରେ ରଜମଉଜ ଆୟୋଜନ କଲା. ଅବିନାଶ ଚାରିଟେବଲ ଟ୍ରଷ୍ଟ | ନାଚ. ଗୀତ ର ତାଳେ ତାଳେ ଝୁମିଲେ କୁନି କୁନି ଓ କିଶୋରୀ | ~~~~±~~~~~~~~~~ ଜଗତସିଂହପୁର 15/6/2025(ସରୋଜ ନାୟକ ଙ୍କ ଠାରୁ )ଜଗତସିଂହପୁର ସଦର ମହକୁମା ସଂଲଗ୍ନ ପଟସରା ଗ୍ରାମ ପଂଚାୟତ ର ଡ଼ିହପଟସରା ଗ୍ରାମରେ ରଜଉତ୍ସବ ଖୁବ ପ୍ରଭାବି ଢଙ୍ଗରେ ପାଳିତ ହୋଇଛି |ସ୍ଥାନୀୟଅଂଚଳର ଅବିନାଶ ଚାରିଟେବଲ ଟ୍ରଷ୍ଟର ଆୟୋଜନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଶତାଧିକ କୁନି କୁନି ଝିଅ ଓ କିଶୋରୀ ମାନେ ଯୋଗ ଦେଇ ନାଚ. ଗୀତ. ପୁଞ୍ଚି ଖେଳ ଓ ଦୋଳି ରେ ଭରପୁର ଆନନ୍ଦ ଉପଭୋଗ କରିଥିଲେ |ଶାନ୍ତ. ସରଳ ସଂସ୍କୃତି ମନସ୍କ ପଲ୍ଲୀ ଜୀବନରେ ଏହି ରଜମଉଜ କାର୍ଯ୍ୟକ୍ରମ ଆଣିଦେଇଛି ଏକ ନିଆରା ଅନୁଭବ |ଏହି କର୍ଯ୍ୟକ୍ରମ ରେ ସମାଜ ସେବୀ ପ୍ରମୁଖ ରାଉତ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ସରୋଜ ନାୟକ ମୁଖ୍ୟବକ୍ତା ସାମ୍ବାଦିକ ସୁବାସ ସ୍ୱାଇଁ ଯୋଗଦେଇଥିଲେ |ଶୁଭଲଷ୍ମୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଟ୍ରଷ୍ଟ ର ଅଧକ୍ଷା ଅଳକା ସ୍ୱାଇଁ ସଂଯୋଜନା କରିଥିଲେ |ଏପରିକାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି |