Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 27/06/2025, ବିକ୍ରମ ଓଡ଼ିଶା ନିୟୁଜ: ଗାରୋଇ ଗୋବର୍ଦ୍ଧନ ପୀଠ ରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ।

ନାଉଗାଁ ୨୭/୦୬ ; ବିକ୍ରମ ଓଡିଶା ନିୟଜୁ ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ପ୍ରସିଦ୍ଧ ଗାରୋଇ ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ପରିପେକ୍ଷୀରେ ଧାର୍ଯ୍ୟ ହୋଇଥିବା ସମସ୍ତ ନୀତିକାନ୍ତି ଯେପରି ମହାପ୍ରଭୁ ଙ୍କର ପହଣ୍ଡିବିଜେଠୁ ଆରମ୍ଭ ହୋଇ ନେତ୍ରୋତ୍ସବ,ନବ ଯୌବନ ଦର୍ଶନ କରାଯାଇ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ରଥ ବିଜେ କରା ଯାଇଥାଏ l ପରେପରେ ମହାପ୍ରଭୁନଙ୍କର ପ୍ରଥମ ସେବକ ଠାକୁର ରାଜା ଜ୍ଞାନଦୀପ ବିଶ୍ଵାଳଙ୍କ ଦ୍ୱାରା ତିନି ରଥ ରେ ଛେରା ପହଂରା, ରଥରେ ଘୋଡା ବନ୍ଧାଯାଇ ମହାପ୍ରଭୁ ବଳଭଦ୍ରଙ୍କର ତାଳଧ୍ଵଜ ରଥ ପ୍ରଥମେ ଯିବାର ପ୍ରଥା ରହିଥିବା ବେଳେ, ତାପରେ ମା ସୁଭଦ୍ରା ଙ୍କର ରଥ ଦର୍ପଦଳନଙ୍କୁ ମା ମାନେ ଟାଣିବାର ଏଠି ପ୍ରଥା ରହିଥିବା ବେଳେ,ମହାପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକୁ ସର୍ବ ଶେଷରେ ଟଣାଯାଇ ମା ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବାର ପ୍ରଥା ଅନୁସାରେ ଏଠି କରାଯାଇଥାଏ l ଅନ୍ୟପଟେ ଏହି ପୀଠ ରେ ମହାପ୍ରଭୁ ଜଗନ୍ନାଥ ଙ୍କର ଏହି ଘୋଷଯାତ୍ରା ଦେଖିବା ପାଇଁ ଜଗତସିଂହପୁର ଜିଲ୍ଲା ସମେତ ଆଖପାଖ ଜିଲ୍ଲା ରୁ ପ୍ରାୟ 40 ରୁ 50 ହଜାର ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥାଏ, ଏଠିକାର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ନାଉଗାଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇ ଥିବା ର ଦେଖା ଯାଇଛି l
ନାଉଗାଁ ରୁ ବୈଷ୍ଣବ ରାଉଳ