Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସାମ୍ବାଦିକ ଙ୍କ ପିତୃ ବିୟୋଗ 2

କାକଟପୁର, 27/06/2025, ବିକ୍ରମ ଓଡ଼ିଶା ନିୟୁଜ: ସାମ୍ବାଦିକ ଙ୍କ ପିତୃ ବିୟୋଗ
Article Image
କାକଟପୁର, 27/6 :( ତୁଷାର ଦୀକ୍ଷିତ ) କାକଟପୁର ଅଂଚଳର ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ରାଉତ ଙ୍କ ପରମ ପୂଜ୍ୟ ପିତୃଦେବ ଗୋବିନ୍ଦ ଚନ୍ଦ୍ର ରାଉତ ଙ୍କ ଗତକାଲି ( ମଙ୍ଗଳ ବାର ) ରାତ୍ର 11ଘଟିକା ସମୟରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା l ଗତ 4 ଦିନ ତଳେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଲ ପଡିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା l ଡାକ୍ତର ମାନଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନଥିଲା l ଦୀର୍ଘ 4 ଦିନ କାଳ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ସ୍ୱର୍ଗତ ରାଉତ ଙ୍କ ଗତ ମଙ୍ଗଳବାର ରାତ୍ର 11 ଘଟିକାରେ ମୃତ୍ୟୁ ହୋଇଯାଇଥଲା l ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ମୁରୁଡ଼ା ସ୍ଥିତ ବାସଭବନ କୁ ଅଣାଯିବା ପରେ ସମଗ୍ର ଗ୍ରାମରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା l ଅଂଚଳ ର ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନ ନିକଟରେ ପହଂଚି ଶେଷ ଦର୍ଶନ କରିଥିଲେ l ଏଠାରେ ପ୍ରକାଶ ଯୋଗ୍ୟକି ସ୍ୱର୍ଗତ ରାଉତ ଜଣେ ମେଳାପୀ, କର୍ତଵ୍ୟ ନିଷ୍ଠ, ପରୋପକାରୀ ଏବଂ ଧର୍ମପାରାୟଣ ବ୍ୟକ୍ତି ଭାବେ ସମଗ୍ର ଅଂଚଳରେ ବେଶ ପରିଚିତ ଥିଲେ l ଆଜି ତାଙ୍କ ମରଶରୀର କୁ ଏକ ଶୋଭାଯାତ୍ରା ରେ ନିଆଯାଇ ଗ୍ରାମ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା l ବଡ଼ପୁତ୍ର ସାମ୍ବାଦିକ ଅକ୍ଷୟ କୁମାର ରାଉତ ମୁଖାଗ୍ନି ଦେଇଥିଲେ l ତାଙ୍କ ଅନ୍ତିମ ଶୋଭାଯାତ୍ରାରେ ଝିଅଜ୍ୱାଇଁ, ପୁତ୍ର ପୁତ୍ରବଧୂ, ପୁତୁରା ଝିଆରୀ ଏବଂ ନାତିନାତୁଣୀ ଙ୍କ ସମେତ ଗ୍ରାମବାସୀ ମାନେ ସାମିଲ ହୋଇଥଲେ l