Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 27/06/2025, ବିକ୍ରମ ଓଡ଼ିଶା ନିୟୁଜ: ମଙ୍ଗଳା ମନ୍ଦିର ସମ୍ମୁଖ ରେ କୁନିରଥ ଦେଖିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼
କାକଟପୁର 27/7-: ( ତୁଷାର ଦୀକ୍ଷିତ ) ଆଜି ପବିତ୍ର ରଥ ଯାତ୍ରା,ଜଗନ୍ନାଥ ମନ୍ଦିର ସହିତ ଓତଃ ପ୍ରତଃ ଭାବେ ଜଡିତ ଥିବା ମଙ୍ଗଳା ମନ୍ଦିରରେ ରଥଯାତ୍ରା କୁ ଅଣ୍ଟା ଭିଡ଼ିଛନ୍ତି ମା ମଙ୍ଗଳା ଙ୍କ ପୂଜା ପଣ୍ଡା ଶରତ ଦୀକ୍ଷିତ ଏକ କୁନି ରଥ କରି କୁନି ଛୋଟ, କୁନି ସେବାୟତ ପିଲା ମାନଙ୍କୁ ଧରି ସମସ୍ତ ପୂଜା ନୀତି କରି ବଜ଼ାର ବଜାର ପରିକ୍ରମା କରାଇ ଥିଲେ .ଏହି କୁନି ରଥ ଦେଖିବାକୁ କାକଟପୁର ବଜାର ଏକ ପ୍ରକାର ଗହଳି ଦେଖା ଦେଇଥିଲା ସେ କାକଟପୁର ମଙ୍ଗଳା ମନ୍ଦିର ରେ ଏକ ରଥଯାତ୍ରା ହେଉ ବୋଲି ଆଶା ପ୍ରକଟ କରିବା ସହିତ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି ଏବଂ ସମସ୍ତ ସେବାୟତ ମାନେ ଏହି ରଥଯାତ୍ରା ରେ ସାମିଲ ହୋଇ ରଥ କୁ ଭିଡ଼ିବା ସହିତ ସାମିଲ ଵି ହୋଇଥିଲେ ମଙ୍ଗଳା ମନ୍ଦିରକୁ ଆସୁଥିବା ମାତୃଭକ୍ତ ମାନେ କୁନି ରଥରେ ନଡ଼ିଆ ପୂଜା କରିବା ସହିତ ହରିବୋଲ ଓ ହୁଳହୁଳି ପକାଇ ପୂଜାର୍ଚ୍ଚନା କରିଛନ୍ତି l ଆଜି ସନ୍ଧ୍ୟାରେ ରଥ ରେ ଖେଚୁଡ଼ି ଓ ବାଳଭୋଗ କରାଯାଇଥିବା ବେଳେ ଆସନ୍ତା ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ପୂଜାପଣ୍ଡା ସେବକ ଶରତ ଦୀକ୍ଷିତ ଆଶା ପ୍ରକଟ କରିଛନ୍ତି l