କୁଜଙ୍ଗ, 28/06/2025, ବିକ୍ରମ ଓଡ଼ିଶା ନିୟୁଜ: କଂଗ୍ରେସର ୮ଜଣିଆ ପ୍ରତିନିଧି ଦଳ ଢିଙ୍କିଆ ଗ୍ରସ୍ତ===-===-===

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ଚାରିଦେଶକୁ ପରିବେଶ ପ୍ରଦୂଷଣ, ବିସ୍ଥାପନ ଓ ଜୀବିକା ଅନୁଧ୍ୟାନ କମିଟିର କଂଗ୍ରେସ ପକ୍ଷରୁ ଆଠ ଜଣିଆ ପ୍ରତିନିଧି ଦଳ ଗ୍ରସ୍ତ କରିଛି ।ଏହି ଗ୍ରସ୍ତ କାଳରେ ପ୍ରଥମେ ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ ଗ୍ରାମ ଫୁଲଖାଇ ମନ୍ଦିର ନିକଟରେ ଏକ ସଭା ସଂଗ୍ରାମୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କ ନେତୃତ୍ୱରେ ସୁଧାଂଶୁ ଶେଖର ଦେଓ,ବିଧାୟକ ସାଗର ଚରଣ ଦାସ,ବିଧାୟକ ସତ୍ୟଜିତ ଗମାଙ୍ଗ,ଯସବନ୍ତ ସିଂ ଲାଗୁରି, ଅନୁସଚିତ ଜାତି ଅଧକ୍ଷ ମାନସ ମଲ୍ଲିକ,ଜିଲ୍ଲା ପରିଷଦ ପିନାକୀ ନାରାୟଣ ଦାସ,ମାଗୁଣି ଜେନା,ନଟବର ବାରିକ,ବିପ୍ଳବ ଚୌଧୁରୀ,ନଳୀନ କୁମାର ସ୍ୱାଇଁ,ବଲ୍ଲବା ନନ୍ଦ ସ୍ୱାଇଁ ପ୍ରମୁଖ ଗ୍ରସ୍ତ କରିଥିଲେ । ଜୀବନ,ଜୀବିକା ଓ ମାଟିର ସୁରକ୍ଷା ପାଇଁ ଦୀର୍ଘ କୋଡିଏ ବର୍ଷ ଧରି କିପରି ସଂଗ୍ରାମ କରି ଆସିଛନ୍ତି ସେ ସଂଘର୍ଷମୟ କାହାଣୀ କୋହଭରା କଣ୍ଠରେ ବଖାଣି ଥିଲେ ଗ୍ରାମବାସୀ ।ମାଟିର ସୁରକ୍ଷା କରିବାକୁ ଯାଇ ଆଜି ଶହ ଶହ ମିଥ୍ୟା ମାମଲାରେ ଦିନ କାଟୁଥିବା କହିଥିଲେ ।ପୋଲିସ ଦ୍ଵାରା ନିର୍ମମ ଅତ୍ୟାଚାର କରି କମ୍ପାନୀ ଜୋର ଜବରଦସ୍ତ ଜୀବିକା ଉଜାଡି ଦେଇଛି ବୋଲି ଲୋକ ମାନେ ଅଭିଯୋଗ କରିଥିଲେ। ବିନା ଗ୍ରାମସଭାରେ ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରି କମ୍ପାନୀ ବେଆଇନି ଭାବେ ଶହ ଶହ ଟ୍ୟୁବଲ ବସାଇ ଭୂତଳ ଜଳକୁ ବେବହାର କରୁଥିବା ବେଳେ ଗୋଟିଏ ହେଲେ ଗଛ ନ ଲଗାଇ ଲକ୍ଷାଧିକ ଗଛ କାଟି ଦେଇଥିବା ଅଭିଯୋଗ କରିଥିଲେ । ସରକାରୀ ବିଧି ବେବସ୍ତାରେ ଗ୍ରାମସଭା କରିବାକୁ କମିଟି ନିକଟରେ ଗ୍ରାମବାସୀ ଦାବି କରିଥିଲେ। ଢ଼ିଙ୍କିଆର ସରପଞ୍ଚ ପିଙ୍କି ଦାସ,ନ୍ୟାୟବ ସରପଞ୍ଚ ତୀର୍ଥଙ୍କର ଦାସ,ଭମରବର ଦାସ,ତୁଷାର ଗୋଛାୟତ,ମନୋଜ ପ୍ରଧାନ,ଶାନ୍ତି ଦାସ, ଗୋଲୀ ଦାସ ,ଗୌତମ ଦାସ,ଧୁର୍ବ ଚରଣ ସ୍ୱାଇଁ ପ୍ରମୁଖଙ୍କ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।ପରେ ନୂଆଗାଁ ପଞ୍ଚାୟତର ଭାସ୍କର ସ୍ୱାଇଁ,ରଞ୍ଜନ ବାରିକ, ରଶ୍ମିରଞ୍ଜନ ସ୍ୱାଇଁ, ବାଇନ ଡାଳୁଆ ,ସର୍ବେଶ୍ୱର ମଲ୍ଲିକଙ୍କ ସମେତ ଗ୍ରାମବାସୀ ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ।ସେହିପରି ଗଡକୁଜଙ୍ଗ ପଞ୍ଚାୟତର ଅମୂଲ୍ୟ ନାୟକ, ସତ୍ୟ ପ୍ରକାଶ ମହାପାତ୍ର, ସୁବାସ ମହାନ୍ତି,ନରେଶ ଦାସ,କେଳୁ କୁଅଁର, ବିଜୟ ବେହେରା,ଫଗୁ ବେହେରା,ଉତ୍ତମ ବେହେରାଙ୍କ ସମେତ ଗ୍ରାମବାସୀ ମାନେ କମ୍ପାନୀ ଦ୍ଵାରା ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ।ତିନି ପଞ୍ଚାୟତ ଗ୍ରସ୍ତପରେ ବିଧାୟକ ଅଶୋକ ଦାସ କହିଛନ୍ତି ଯେ ଯାହା ଆମେ ପ୍ରଭାବିତ ତିନି ପଞ୍ଚାୟତର ଅଧିବାସୀଙ୍କ ଠାରୁ ତଥ୍ୟ ନେଲୁ, ଅଞ୍ଚଳ ବାସୀଙ୍କ ମୁଖ୍ୟ ଅଭିଯୋଗ ସରକାରୀ ଗ୍ରାମସଭା କରିବାକୁ। ଏ ଅଞ୍ଚଳ ବାସୀଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ହୋଇଛି ।ଏ ତଥ୍ୟ ପ୍ରଦେଶ କଂଗ୍ରେସ କମିଟିକୁ ଜଣାଇବା ସହିତ ଅଞ୍ଚଳ ବାସୀଙ୍କୁ ନ୍ୟାୟ ଦେବା ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ବିଧାନସଭାରେ ଏ ପ୍ରସଙ୍ଗ ରଖିବୁ ।