Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଦୁଆଡ଼ିଆବାଲିସାହି ରେ ପ୍ରଥମ ବାର୍ଷିକ ରଜ ଉତ୍ସବ ପାଳନ ହୋଇଯାଇଅଛି, 1

କୁଜଙ୍ଗ , 15/06/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗ ୧୪/୬/୨୦୦୫( ବିକ୍ରମ ଓଡିଶା ) ଦୁଆଡ଼ିଆବାଲିସାହି ରେ ପ୍ରଥମ ବାର୍ଷିକ ରଜ ଉତ୍ସବ ପାଳନ ହୋଇଯାଇଅଛି, ସାରା ରାଜ୍ୟରେ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ରଜପର୍ବ ମହାଆଡମ୍ବରେ ପାଳନ କରାଯାଉଛି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଂଚାୟତ ଦୁଆଡ଼ିଆ ବାଲିସାହି ରେ ମା ଗଙ୍ଗା ଦେବୀ ୟୁଥ କ୍ଲୁବ ଦ୍ୱାରା ପ୍ରଥମ ରଜ ଉତ୍ସବ ମହାଆଡମ୍ବର ରେ ପାଳନ ହୋଇଯାଇଛି, ଏହି ଉତ୍ସବରେ କମିଟି ତରଫରୁ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା, ଏହି ସଭାରେ ମୁଖ୍ୟ ଅତିଥି ଗ୍ରାମର ମୁରବି ଶ୍ରୀଯୁକ୍ତ ଲକ୍ଷ୍ମଣ ବେହେରା ଓ ସଂମାନୀତ ଅତିଥି ଗଣ ହେଲେ ମା ଗଙ୍ଗା ଦେବୀ ୟୁଥ କ୍ଲୁବ ର ସଭାପତି ଶ୍ରୀଯୁକ୍ତ ଅଭିନାଶ ସାମଲ /ମଥୁରା ନନ୍ଦ ତରାଇ /ସାମ୍ବାଦିକ ଶ୍ରୀଯୁକ୍ତ ସନ୍ତୋଷ ବେହେରା /ଗୋପବନ୍ଧୁ ତରାଇ /ମହେଶ୍ୱର ତରାଇ /ଅକ୍ଷୟ ବେହେରା /ବିଜୟ ବେହେରା /ପ୍ରଭାତ ପଲେଙ୍କୁ ଉତ୍ତରୀୟ ଦେଇ ମଞ୍ଚରେ ସଂମାନୀତ କରାଯାଇଥିଲା, ପରେ କୁନି କୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା, ଏହାକୁ ଦେଖିବାକୁ ପଂଚାୟତ ରୁ ସହସହ ଦର୍ଶକ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିଲେ, ଯଲିଉଡ ଜଗତର ବରିଷ୍ଟ କଳାକାର ତଥା ଏହି ବର୍ଷ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ର ଉପସ୍ଥାପକ ଶ୍ରୀଯୁକ୍ତ ପ୍ରଭାତ ପଲେଇ ଙ୍କ ଅଙ୍କରିଂ ଦର୍ଶକ ମାନଙ୍କୁ ମନମୋହିତ କରିଥିଲା, ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲୁ ରହିବ, ଏହି କାର୍ଯ୍ୟକ୍ରମ ଟିକୁ ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ପ୍ରଭାତ ପଲେଇ, ମା ଗଙ୍ଗା ଦେବୀ ୟୁଥ କ୍ଲୁବ କମିଟି ର ସଦସ୍ୟ ଓ ସଦସ୍ୟ ଗଣ ହେଲେ ଲିସା ଦଳାଇ /କୁନି ରାଣୀ ତରାଇ /ଝିଲି ରାଣୀ ତରାଇ /ରଶ୍ମିତା ସାମଲ /ପ୍ରଭାତୀ ରାଉତ /ମୀରା ତରାଇ /ବିକ୍ରମ ତରାଇ ଓ ମଥୁରା ନନ୍ଦ ତରାଇ ସହିତ ଅଭିନାଶ ସାମଲ ସମ୍ପୂର୍ଣ ଦାଇତ୍ୱ ନେଇ ପ୍ରଥମ ବାର୍ଷିକ ରଜ ଉତ୍ସବ ଟିକୁ ପାଳନ କରିଥିଲେ,
Article Image
Article Image