Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସାରଦା ଏକାଡେମୀ କନକପୁର ୧୯୮୧ ବ୍ୟାଚର ଉତ୍ସବ 1

ତିର୍ତୋଲ, 28/06/2025, ବିକ୍ରମ ଓଡ଼ିଶା ନିୟୁଜ: ସାରଦା ଏକାଡେମୀ କନକପୁର ୧୯୮୧ ବ୍ୟାଚର ଉତ୍ସବଜୀବନରେ ମିଳିଥିବା ସାହାଯ୍ୟ, ସହଯୋଗକୁ ସମାଜ କଲ୍ୟାଣରେ ବିନିଯୋଗ ପାଇଁ ଆହ୍ବାନ
Article Image
ତିର୍ତ୍ତୋଲ-୨୮/୬-(ରିପୋର୍ଟ-ଟୁକନ ସେଠୀ)-: ତିର୍ତ୍ତୋଲ ବ୍ଲକ ସାରଦା ଏକାଡେମୀ କନକପୁର ୧୯୮୧ ପ୍ରାକ୍ତନ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ସ୍ମୃତି ଗୌରବର ଅଷ୍ଟମ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ସ୍ମୃତି ସ୍ୱାଗତିକା -୨୦୨୫ ଲୋଟସ ରିସର୍ଟ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସହପାଠୀ ଇଂ ଭକ୍ତ ରଂଜନ ମହାନ୍ତିଙ୍କ ଦ୍ବାରା ଆୟୋଜିତ ଏହି ଉତ୍ସବରେ ସହପାଠୀ ସହପାଠିନୀ ସ୍କୁଲ ବେଳର ସ୍ମୃତି ରୋମନ୍ଥନ କରିଥିଲେ । ଜୀବନକାଳରେ ଅନ୍ୟମାନଙ୍କଠାରୁ ଯେଉଁ ସାହାଯ୍ୟ, ସହଯୋଗ ପାଉଛୁ ତାହାର ପ୍ରତିଦାନରେ ସମାଜ କଲ୍ୟାଣ କାର୍ଯ୍ୟ ହାତକୁ ନେବା ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ସେବା ନିବୃତ୍ତ ସହପାଠୀ ଓଡ଼ିଶା ଆରକ୍ଷୀ ବିଭାଗ ଉପ- ନିରୀକ୍ଷକ ଅରବିନ୍ଦ ରାଉଳ, ଶିକ୍ଷକ ନରେନ୍ଦ୍ର କୁମାର ନନ୍ଦ ଓ ଶିକ୍ଷୟିତ୍ରୀ କୁନ୍ତଳା କୁମାରୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ସହପାଠୀ ସହପାଠିନୀ ପ୍ରଫେସର ଡ. ଚିତ୍ତରଞ୍ଜନ ମହାନ୍ତି, ଆଡଭୋକେଟ ବିଭୁତି ଭୁଷଣ ପଣ୍ଡା,ଅକ୍ଷୟ କୁମାର ତାରେଣିଆ, ସୁଶୀଲ କୁମାର କୁଅଁର,ବିଷ୍ଣୁ ଚରଣ ସ୍ବାଇଁ, ଭୈରବ ଚନ୍ଦ୍ର ବ୍ରହ୍ମା, ଅଚ୍ୟୁତାନନ୍ଦ ବେହେରା ,ସଚ୍ଚିଦାନନ୍ଦ ମିଶ୍ର, ପ୍ରିୟବ୍ରତ ମହାନ୍ତି, ସୁକାନ୍ତ ପରିଜା, ଗୋପବନ୍ଧୁ କୁଅଁର, ଭବାନୀ ପ୍ରସାଦ ସାହୁ, ହରିଚରଣ ରାଉଳ, ସୂର୍ଯ୍ୟ ନାରାୟଣ ଦାସ, ରଞ୍ଜନ କୁମାର ମହାନ୍ତି, ନିରଞ୍ଜନ ମହାନ୍ତି, ଅଭୟ କୁମାର ସାହୁ, ପ୍ରଦୀପ୍ତ କୁମାର ସ୍ବାଇଁ, କୈଳାସ ଚନ୍ଦ୍ର ବାରିକ, ଗୁରୁ ଚରଣ ସାହୁ, ରାଜ କିଶୋର ସାହୁ, ନରୋତ୍ତମ ସ୍ବାଇଁ, ଅଜିତ ନାୟକ, ଜୟଶ୍ରୀ ମହାନ୍ତି, ପୁଷ୍ପଶ୍ରୀ ସାହୁ, ଅଞ୍ଜଳି ରାଉତ,ବିନତା ସିଂ, ଅସିମା ସ୍ବାଇଁ, ଯଶୋବନ୍ତୀ ପଣ୍ଡା , ଝରାଶ୍ରୀ ମହାନ୍ତି,ଶକୁନ୍ତଳା ଦାସ, ବାସନ୍ତୀ ଦାସ, ଅନୁପମା ବିଶ୍ଵାଳ , ଶୈଳେନ୍ଦ୍ର ମହାନ୍ତି,କିଶୋର ଚନ୍ଦ୍ର ମନୋହରୀ, ସରସ୍ବତୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ସମ୍ପାଦକ ସମରେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।
Article Image