Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବର୍ଷିୟାନ କଂଗ୍ରେସ ନେତା ମୁରଲୀଧର ରଥ ଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ‌ ପକ୍ଷରୁ ଶୋକ ପ୍ରକାଶ। 3

ଜଗତସିଂହପୁର , 28/06/2025, ବିକ୍ରମ ଓଡ଼ିଶା ନିୟୁଜ: ବର୍ଷିୟାନ କଂଗ୍ରେସ ନେତା ମୁରଲୀଧର ରଥ ଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ‌ ପକ୍ଷରୁ ଶୋକ ପ୍ରକାଶ।
Article Image
ବର୍ଷିୟାନ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ,ପଟିଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ ତଥା ଆମ ଅଞ୍ଚଳର ନିର୍ଭିକ ରାଜନେତା ମୁରଲୀଧର ରଥ ଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ ପାଇଛି।ଜଣେ ଜଣାଶୁଣା ସମାଜସେବୀ, ଅନେକ ଅନୁଷ୍ଠାନର ପ୍ରତିଷ୍ଠାତା, ଅନେକ ମନ୍ଦିର ନିର୍ମାଣ ରେ ସହଯୋଗ, ଶିକ୍ଷାନୁଷ୍ଠାନ ଗଠନରେ ସ୍ବର୍ଗତ ମୁରଲୀଧର ରଥ ଙ୍କର ବିଶେଷ ଭୂମିକା ରହିଥିଲା। ତାଙ୍କର ୯୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି।ତାଙ୍କର ବିୟୋଗ କଂଗ୍ରେସ ଦଳ ସହ ସମାଜ ପାଇଁ ଅପୁରଣିୟ କ୍ଷତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିବା ସହ ଶୋକ ପ୍ରକାଶ କରିଛନ୍ତି।ତାଙ୍କ ବିୟୋଗରେ ଜଗତସିଂହପୁରର ପୂର୍ବତନ ସାଂସଦ ରଞ୍ଜିବ ବିଶ୍ବାଳ , ବାଲିକୁଦାର ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜଗତସିଂହପୁର ନିର୍ବାଚନମଣ୍ଡଳୀର କଂଗ୍ରେସ କଂଗ୍ରେସ ନେତା ପ୍ରତିମା ମଲ୍ଲିକ, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ହିମାଂଶୁ ମଲ୍ଲିକ, ପାରାଦ୍ଵୀପ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନିରଞ୍ଜନ ନାୟକ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ବାଇଁ, ପିସିସି ସଭ୍ୟ ଦେବପ୍ରସାଦ ନାୟକ,ନାଉଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବାଲିକୁଦା ବ୍ଲକ କଂଗ୍ରେସ ସଭାପତି ବିକ୍ରମ ପରିଡ଼ା, ଏରସମା ବ୍ଲକ୍ କଂଗ୍ରେସ ସଭାପତି ବଲ୍ଲଭାନନ୍ଦ ସ୍ବାଇଁ, ବିରିଡ଼ି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର, ପାରାଦ୍ଵୀପ କଂଗ୍ରେସ ସଭାପତି କେଦାର ବିଶ୍ବାଳ, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସ,ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ଜିଲ୍ଲା ସଭାପତି ବେଦଦ୍ୟୁତି ପୃଷ୍ଟି,ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରସନ୍ନ କୁମାର ସାମନ୍ତରାୟ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଜିଲ୍ଲା କଂଗ୍ରେସ ଉପ ସଭାପତି ମହନୀ ଚରଣ ରାଉତ, ସର୍ବେଶ୍ଵର ପଣ୍ଡା, ସରପଞ୍ଚ ଦିପ୍ତିରାଣୀ ପ୍ରଧାନ,ପ୍ରମୋଦ ସାହୁ,ଦିଲ୍ଲୀପ ମହାନ୍ତି,ସାଫି ଆଜମ୍,ନାରୀନେତ୍ରୀ ମିନୁ ଚୌଧୁରୀ, ରୁପଶ୍ରୀ ରାଗିଣୀ ସ୍ବାଇଁ,କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଡ଼ ଜଗଦାନନ୍ଦ ବେହେରା, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ,କଂଗ୍ରେସ ନେତା‌ ରବି ଦାସ, ଇଂ ସୌମ୍ୟଜିତ ଦାଶ , ଇଂ ଜ୍ଞାନ ରଞ୍ଜନ ଜେନା, ଆର୍ଶୀବାଦ ତ୍ରିପାଠୀ,ସରୋଜ ମହାପାତ୍ର, ଅବନୀକାନ୍ତ ମହାରଣା, ସେଖ୍ ହେଦାୟତ ଅଲ୍ଲୀ, ହିଫଜୁଲ୍ ରହେମାନ, ସଙ୍କରେଶ୍ବର ଦାସ, ସୁକାନ୍ତ କୁମାର ମହାପାତ୍ର, ସୌଭାଗ୍ୟ ରଞ୍ଜନ ବିଶ୍ବାଳ, ଦିପକ ପାଲ, ବିଜୟ କୁମାର ପଲାଉର, ଧର୍ମାନନ୍ଦ ବିଶ୍ବାଳ, ସେକ୍ ଫକିରୁଦିନ,ପ୍ରଣବ ମହାପାତ୍ର, ତ୍ରିପୁରେଶ୍ବର ମଲ୍ଲିକ, ଅତୁଲ୍ୟ ବିଶ୍ବାଳ, ରମେଶ ବିଶ୍ବାଳ,ପ୍ରଭୁଦତ୍ତ ସାହୁ, ପ୍ରତାପ କୁମାର ମହାନ୍ତି, ରୁଦ୍ର ନାରାୟଣ ବାରିକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।