Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରାଇରଙ୍ଗପୁର ରେ ଚାଲିଛି ଅଜନ୍ତା ସର୍କସ 2

ରାଇରଙ୍ଗପୁର, 28/06/2025, ବିକ୍ରମ ଓଡ଼ିଶା ନିୟୁଜ: : ରାଇରଙ୍ଗପୁର ରେ ଚାଲିଛି ଅଜନ୍ତା ସର୍କସ : ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ରେ ବିଶ୍ବ ବିଖ୍ଯାତ ରଥଯାତ୍ରା ଉପଲକ୍ଷେ ଲୋକମାନଙ୍କୁ ଆମୋଦିତ କରିବା ନିମନ୍ତେ ଅଜନ୍ତା ସର୍କସ ଆସିଅଛି l ଆଜିର ଉଦଘାଟନୀ କାର୍ଯ୍ଯକ୍ରମରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ l ସେ ବକ୍ତବ୍ଯ ଦେବାକୁ ଯାଇ କହିଥିଲେ ଯେ ଲୋକମାନଙ୍କର ଅବସର ବିନୋଦନ, ଚିତ୍ତ ଆନନ୍ଦ ଓ ମନୋରଞ୍ଜନ କରିବା ସକାଶେ ସର୍କସ ଏକାନ୍ତ ଆବଶ୍ଯକ l ଏଥିସହିତ ପବିତ୍ର ରଥଯାତ୍ରା ଅବସରରେ ମାଉସୀ ମା ପରିସରରେ ଭକ୍ତି ରସାମୁତ ଭଜନ ସଂନ୍ଧ୍ଯାର ଆୟୋଜନ କରାଯାଇଛି , ଏଥିରେ ଲବ୍ଧ ପ୍ରତିଷ୍ଠିତ କଳାକାର ଯୋଗ ଦେବେ l ଉକ୍ତ ଭବ୍ଯ ସମାବେଶରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ ତଥା ବିଜେପି ଦଳୀୟ କର୍ମକର୍ତ୍ତାଗଣ ଉପସ୍ତିତ ରହିଥିଲେ l ଉକ୍ତ ସର୍କସରେ ବିଭିନ୍ନ ପ୍ରକାର ଖେଳ ଆୟୋଜିତ ହୋଇଥିଲା l ସେଥିମଧ୍ଯରୁ ରିଙ୍ଗ ଖେଳ, ବାଡି ଖେଳ, ପେଣ୍ଡୁ ଖେଳ, ଦଉଡି ଖେଳ, ଦୋଳି ଖେଳ, ବନ୍ଧୁକ ଖେଳ, ଅନ୍ଧ ପୁଟୁଳି ଖେଳ, ସାଇକେଲ ଖେଳ, ନିଆଁ ଖେଳ, ଶାଢୀ ଖେଳ, ଛୁରୀ ଖେଳ, ଜୋକରର ମଜାଳିଆ ଖେଳ, ବାଲାନ୍ସ ଖେଳ, ପେଣ୍ଡୁ ଭିତରେ ମଟର ସାଇକେଲ ଖେଳ, ମ୍ଯାଜିକ ଖେଳ ଇତ୍ଯାଦି ଅନେକପ୍ରକାର ଖେଳ ପ୍ରଦର୍ଶିତ ହୋଇଥିଲା l ଏଥିରେ ବିଶେଷ ଭାବେ ଛୋଟ ପିଲାମାନଙ୍କୁ ଆକର୍ଷିତ କରିଥିଲା ବେଳେ ମହିଳାମାନଙ୍କୁ ଅତୀବ ଆନନ୍ଦିତ କରିଥିଲା l ପରିଶେଷରେ ଅଜନ୍ତା ସର୍କସର ମ୍ଯାନେଜର ଜୟରାଜ ପ୍ରତିଦିନ ତିନୋଟି ସୋ ମଧ୍ଯାହ୍ନ ୧ ଘଟିକା, ଅପରାହ୍ନ ୪ ଘଟିକା ଓ ସଂନ୍ଧ୍ଯା ୭ ଘଟିକାରେ ଚାଲୁ ରହିବ ବୋଲି ଲୋକମାନଙ୍କୁ ସୂଚନା ଦେଇ ଅଜନ୍ତା ସର୍କସ ସମାପ୍ତ ଘଟିଥିଲା l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image
Article Image