Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଶୁସଙ୍ଗ ଗ୍ରାମରେ ନୂତନ ରଥଯାତ୍ରା।* *ଯୋଗଦେଲେ ହଜାର ହଜାର ଭକ୍ତ। 1

ତିର୍ତୋଲ, 28/06/2025, ବିକ୍ରମ ଓଡ଼ିଶା ନିୟୁଜ: ଶୁସଙ୍ଗ ଗ୍ରାମରେ ନୂତନ ରଥଯାତ୍ରା।ଯୋଗଦେଲେ ହଜାର ହଜାର ଭକ୍ତ।
Article Image
ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତଗତ କଟରା ପଞ୍ଚାୟତ ଶୁସଙ୍ଗ ଗ୍ରାମରେ ପ୍ରଥମକରି ରଥଯାତ୍ରା ଉତ୍ସବ ବେଶ ଆନନ୍ଦ ଉଲ୍ଲାସରରେ ଅନୁଷ୍ଠିତ ହୋଇଯାଇଅଛି।ଗ୍ରାମବାସୀଙ୍କ ମିଳିତ ସହଯୋଗ ଚଳିତ ନୂତନ ରଥ ନିର୍ମାଣ କରାଯାଇ, ରଥଯାତ୍ରା ପାଳିତ ହୋଇଛି ।ବହୁ ବର୍ଷ ଧରି ବହୁତ ଇଚ୍ଛା ଥିଲେ ମଧ୍ୟ ଏଥିପାଇଁ ଅନୁକୂଳ ପରିସ୍ଥିତି ନ ଥିବାରୁ ଏହି ଉଦ୍ୟମ ବିଳମ୍ବିତ ଅନୁଷ୍ଠିତ ହୋଇଛି।ଏହି ଗ୍ରାମର ଯୁବକ,ମହିଳା ଓ ଆବାଳ ବୃଦ୍ଧ ବନିତା ମାନେ ଏକତାର ସହ ଆଗେଇ ଆସି ଏହି ରଥ ନିର୍ମାଣ ଓ ଆୟୋଜନର ଦାୟିତ୍ୱ ନେଇଥିଲେ। ନୂତନ ରଥରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରୁଦ୍ରାଭିଷେକ ପରେ ଚତୁର୍ଧାମୂରତି ଙ୍କୁ ସୁସଜିତ କରି ବିଧିବଧ ରଥଯାତ୍ରା ଆରମ୍ଭ କରାଯାଇଥିଲା । ଗାଁ ଲୋକେ ଢୋଲ, ମୃଦଙ୍ଗ, ଘଣ୍ଟି ଓ ସଂକୀର୍ତ୍ତନ ସହ ଆନନ୍ଦ ଉଲ୍ଲାସରେ ରଥକୁ ଟାଣି ଥିଲେ।ଗ୍ରାମର କିଛି ବୁଦ୍ଧି ଯିବି ମାନେ କହିଛନ୍ତି ଯେ “ଏହି ଦିନ ଆମ ଗ୍ରାମ ପାଇଁ ଏକ ଐତିହାସିକ ଅବସର। ଆମେ ନୂତନ ରଥ ତିଆରି କରି ଯେପରି ଉତ୍ସବ ମନାଉଛୁ, ତାହା ଦ୍ୱାରା ଗ୍ରାମର ସାମୂହିକ ଏକତା ପ୍ରମାଣିତ ହେଉଛି।”ସ୍ଥାନୀୟ ବିଭିନ୍ନ ସଂସ୍କୃତିକ ଦଳ ମଧ୍ୟ ଅନେକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଉତ୍ସବକୁ ଆହୁରି ରଙ୍ଗିନ କରିଛନ୍ତି। ଏହି ନୂତନ ରଥଯାତ୍ରା ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଗ୍ରାମର ଏକ ପ୍ରମୁଖ ଧାର୍ମିକ ଉତ୍ସବ ଭାବେ ପାଳିତ ହେବ ବୋଲି ଆଶା କରାଯାଉଛି।