Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସତସ୍ତରୀ ବର୍ଷର ସାଂସ୍କୃତିକ ସ୍ମାରକୀକୁ ରାତି ଅଧରେ ଭାଙ୍ଗିଦେଲେ, ଆଦିକବିଙ୍କୁ ଅପମାନ 2

ତିର୍ତୋଲ, 28/06/2025, ବିକ୍ରମ ଓଡ଼ିଶା ନିୟୁଜ: ସତସ୍ତରୀ ବର୍ଷର ସାଂସ୍କୃତିକ ସ୍ମାରକୀକୁ ରାତି ଅଧରେ ଭାଙ୍ଗିଦେଲେ, ଆଦିକବିଙ୍କୁ ଅପମାନତିର୍ତ୍ତୋଲ-୨୮/୬-(ରିପୋର୍ଟ-ଟୁକନ ସେଠୀ)- ଓଡ଼ିଶାର ବାଣୀପୀଠ ଝଙ୍କଡ କନକପୁର ଠାରେ ୧୯୪୮ ମସିହାରେ ସ୍ଥାପିତ ହୋଇଥିବା ସତସ୍ତରୀ ବର୍ଷର ସାଂସ୍କୃତିକ ସ୍ମାରକୀକୁ ଗତକାଲି ରାତିଅଧରେ ନିର୍ମାଣକାରୀ ସଂସ୍ଥା ଭାଙ୍ଗି ଦେଇଛି। ଖବରରୁ ପ୍ରକାଶ ଯେ ଆଦିକବି ସାରଳାଦାସଙ୍କ ସ୍ମୃତି ଉଦ୍ଦେଶ୍ୟ ରେ କବିଙ୍କ ସାଧନାପୀଠ ଝଙ୍କଡ କନକପୁର ଠାରେ ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ୧୯୪୮ ମସିହା ଫେବୃଆରୀ ମାସ ୧୭ ତାରିଖରେ ସ୍ଥାପିତ ହୋଇଥିବା ସ୍ମୃତି ସ୍ତମ୍ଭ କୁ ଗତକାଲି ରାତିରେ କମ୍ପାନୀ ଭାଙ୍ଗି ଦେଇଛି। ଦୋଳବେଦୀ କୁ ଭାଙ୍ଗିବା ସମୟରେ କମ୍ପାନୀ ଅଧିକାରୀ ମାନଙ୍କର ବେପରୁଆ ଭାବ ତଥା ଦୁରଦୃଷ୍ଟି ଅଭାବରୁ ଏହିପରି ଘଟଣା ଘଟିଯାଇଛି। ଏହାସହିତ ସାରଳାଦାସଙ୍କ ପ୍ରତିମୂର୍ତ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡିଛି। ମା ଙ୍କ ସିଂହଦ୍ୱାର ନିକଟରେ ପୂର୍ବରୁ ଥିବା ହାତୀ ଓ ସିଂହ ମୂର୍ତ୍ତି ମଧ୍ୟ ଭାଙ୍ଗି ଯାଇଛି। କୌତୁହଳ ବିଷୟ ଏହିକି ଯେ ଉକ୍ତ ଭଗ୍ନ ହାତୀ ଓ ସିଂହ ମୂର୍ତ୍ତି କୁ ରାତାରାତି କୁଆଡେ ନେଇଯାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଗତ ସରକାର ସମୟରେ ଶାରଳାପୀଠ ର ଉନ୍ନତି ତଥା ସୌନ୍ଦର୍ଯ୍ୟକରଣ ନିମନ୍ତେ ୪୨ କୋଟି ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ଓଡିଶା ବ୍ରିଜ କନଷ୍ଟ୍ରକସନ ନିଗମ ରାଜ୍ୟ ବାହାର ର ଗୋଟିଏ ସଂସ୍ଥାକୁ ଶାରଳାପୀଠ ର ଉନ୍ନତି ପାଇଁ ଠିକା କାର୍ଯ୍ୟ ପ୍ରଦାନ କରିଥିଲେ। ମାତ୍ର ଏହି ଠିକା ସଂସ୍ଥା ନିଜର ମନ ମାନି କରି ନିଜ ଇଛା ରେ କାର୍ଯ୍ୟ କରୁଥିବାର ଜଣାପଡିଛି। ଏହି ସଂସ୍ଥା କୌଣସି ଗୋଟିଏ କାର୍ଯ୍ୟକୁ ଶେଷ ନକରି ସବୁ କାର୍ଯ୍ୟକୁ ଅଧାପନ୍ତରିଆ ଭାବେ ରଖିଅଛି, ଏହି ସବୁ କାର୍ଯ୍ୟର ତଦାରଖ ପାଇଁ ଓ ବି ସି ସି ଏବଂ ଠିକା ସଂସ୍ଥା ର ଅଧିକାରୀ ଥିଲେ ମଧ୍ୟ ସେମାନେ ନିଜର ଅପରିଣାମ ଦୁରଦୃଷ୍ଟି ଯୋଗୁ ଏହି ପୀଠର କାର୍ଯ୍ୟ ଗୁଡିକ ମନ୍ଥର ଗତିରେ ଚାଲୁଥିବାର ଦେଖିବାକୁ ମିଳିଛି। ଗତକାଲି ରାତି ଅଧରେ କମ୍ପାନୀ ର ଏପରି କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି।ଗତକାଲି ରାତିରେ କମ୍ପାନୀ ଅଧିକାରୀ ମାନଙ୍କର ଦୁରଦୃଷ୍ଟି ଅଭାବରୁ ମାଙ୍କ ସିଂହଦ୍ୱାର ରେ ଥିବା ହାତୀ ଓ ସିଂହ ମୂର୍ତ୍ତି ଭାଙ୍ଗିଯିବା ସହ ସାରଳାଦାସଙ୍କ ସ୍ମୃତିସ୍ତମ୍ଭ ମଧ୍ୟ ଭାଙ୍ଗି ଯାଇଛି। ଏହାସହିତ ସାରଳାଦାସଙ୍କ ପ୍ରତିମୂର୍ତ୍ତି ର ଉପର ତୋରଣ ମଧ୍ୟ ଭାଙ୍ଗି ଯାଇଛି। ଠିକାଦାର ସଂସ୍ଥାର ଏପରି ଅପରିଣାମଦର୍ଶିତା କାର୍ଯ୍ୟ ସାରଳା ସାହିତ୍ୟ ପ୍ରେମୀ ମାନଙ୍କ ମନରେ ଗଭୀର ଦୁଃଖ ପହଞ୍ଚାଇଛି। ଏହି କାର୍ଯ୍ୟ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅପମାନ ହେବା ସହିତ ସାରଳା ଦାସଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଅଛି।ଏପରି ଅପରିଣାମଦର୍ଶିତା କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ତଥା ସାହିତ୍ୟପ୍ରେମୀ ଘୋର ନିନ୍ଦା କରିଛନ୍ତି। ସାରଳାଦାସଙ୍କ ସ୍ମୃତି ସ୍ତମ୍ଭ କୁ ତୁରନ୍ତ ପୁନଃନିର୍ମାଣ କରି ସାରଳାଦାସଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାରଳାଦାସ ସ୍ମୃତି କମିଟି ର ସମ୍ପାଦକ ଆଡ଼ଭୋକେଟ ଆମର ଜ୍ୟୋତି ସାହୁ ଜିଲ୍ଲାପାଳ ତଥା ରାଜ୍ୟ ସରକାର ଙ୍କ ନିକଟରେ ଦାବୀ କରିଛନ୍ତି।
Article Image