Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 28/06/2025, ବିକ୍ରମ ଓଡ଼ିଶା ନିୟୁଜ: ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ଚାରା ବଣ୍ଟନ
ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ପ୍ରତି ବର୍ଷ ରଥଯାତ୍ରା ଉତ୍ସବ ଅବସରରେ ବୃକ୍ଷ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷର ଚାରାରୋପଣ କାର୍ଯ୍ୟକ୍ରମ ତିର୍ତ୍ତୋଲ ଠାରେ ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ଵlବଧାନରେ ଅନୁଷ୍ଠିତ ହୋଇଯାଇଛି l କୁମାର ଉତ୍ସବ ସମିତିର ସଭାପତି ବିମଳ କୁମାର ମହାପାତ୍ର, ଚନ୍ଦ୍ରକାନ୍ତ ବାରିକ, ଏବଂ ସ୍ଥାନୀୟ ବରିଷ୍ଠ ଜନସାଧାରଣଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ରଜମହୋତ୍ସବ କମିଟିର ସମ୍ପାଦକ ସଂଗ୍ରାମ କେଶରୀ ସ୍ବାଇଁଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କ ହସ୍ତରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିବା ବେଳେ ରଜମହୋତ୍ସବ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ସଭାପତି ପ୍ରେମ ଚରଣ ରାଉତ, କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁଚରଣ ଦେବତା, ସମ୍ବାଦ ପ୍ରତିନିଧି ତୃପ୍ତିରଞ୍ଜନ ମହାନ୍ତି, ଶିବପ୍ରସାଦ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ କୁମାର ନାୟକ, ବିଭୂଷିତା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।