Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 29/06/2025, ବିକ୍ରମ ଓଡ଼ିଶା ନିୟୁଜ: ଶିକ୍ଷୟତ୍ରୀ ଙ୍କୁ ସଂମ୍ମାନ ଜନକ ଡ଼କ୍ଟ ରେଟ ଉପାଧିଜଗତସିଂହପୁର
ତା =29/6/25. ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟରତ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ଙ୍କର ଦୀର୍ଘ 25 ବର୍ଷରୁ ଉର୍ଦ୍ଧ ସମାଜ ସେବାରେ ( ଡକ୍ଟରେକ୍ଟ ଇନ ସୋସିଆଲ ୱାର୍କ ) ଉଲ୍ଲେଖନୀୟ ଅବଦାନ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ହରପ୍ରିୟା ସାହୁ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ଟାଙ୍ଗୀ ବ୍ଲକର ଟାଙ୍କୋଳ ଉଚ୍ଚ ବିଦ୍ୟାଳୟ ର ସହକାରୀ ବିଜ୍ଞାନ ଶିକ୍ଷୟିତ୍ରୀ ଙ୍କୁ ସମ୍ମାନ ଜନକ ଡକ୍ଟରେଟ ଉପାଧିରେ ( ଡକ୍ଟରେକ୍ଟ ଇନ ଶିକ୍ଷା ) ଆଜି ଚେନାଇ ସହର ସ୍ଥିତ ଭାରତୀୟ ବିଦ୍ୟାଭବନ ଅଡିଟରୀୟମ ହଲଠାରେ ଅନୁଷ୍ଠିତ ସମବର୍ତ୍ତନ ଉତ୍ସବ ରେ ଭବ୍ୟ ସମାରୋହରେ ଗ୍ଲୋବାଲ ହୁମାନ ପିସ ୟୁନିଭେର୍ସିଟି ର କୁଳପତି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଥିଲା. ତାଙ୍କର ଏହି କୃତିତ୍ୱ ପାଇଁ ଏହାର ସମସ୍ତ ଶ୍ରେୟ ସେ ପରିବାର ବର୍ଗ, ବନ୍ଧୁବର୍ଗ ମାନଙ୍କୁ, ସ୍ବେଛାସେବୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଜିଲ୍ଲା ଓ ବ୍ଲକ ସ୍ତରୀୟ ଏବଂ ଡାକ୍ତର ସଞ୍ଜୟ କୁମାର ବାରିକଙ୍କୁ ପ୍ରଦାନ କରିଥିଲେ l ତାଙ୍କର ଏହି ସମା ବର୍ତ୍ତନ ଉତ୍ସବରେ ତାଙ୍କର ଏକମାତ୍ର ପୁତ୍ର ସାଇପ୍ରସାଦ ସାହୁ ଉପସ୍ଥିତ ଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ.