Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 29/06/2025, ବିକ୍ରମ ଓଡ଼ିଶା ନିୟୁଜ: ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ମାୟା ମୁକୁର ପୁସ୍ତକ ଉନ୍ମୋଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁରତା =30/6/25
ଜଗତସିଂହପୁର ଜ଼ିଲ୍ଲା ରେ ପ୍ରସିଦ୍ଧି ଲାଭ କରିଥିବା ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଘୋଷଯାତ୍ରା ଉପଲକ୍ଷେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ନବ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ତୃତୀୟ ଦିବସ ଅପରାହ୍ନ ରେ ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକ ଧର୍ମୀ ସାହିତ୍ୟ ପତ୍ରିକା " ନବକାକଳି "ର ଆୟୋଜିତ ଜଣା ଅଜଣା କାର୍ଯ୍ୟକ୍ରମ ରେ ସମାଜସେବୀ ରବୀନ୍ଦ୍ର ନାଥ ମହାନ୍ତି ଙ୍କ ଦ୍ୱାରା ପ୍ତାକାଶିତ ପୁସ୍ତକ " ମାୟାମୁକୁର " ପୁସ୍ତକ ଉନ୍ମୋଚନ ହୋଇଥିଲା | ସଂନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ପୌର ପରିଷଦ ଅଧକ୍ଷା ଅର୍ଚନା ସିଂ, ସଂମ୍ମାନିତ ଅତିଥିଭାବେ ଭାବେ ସମାଜସେବୀ ସମାଜସେବୀ ତଥା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ସଦସ୍ୟ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ପ୍ରିୟ ନାଥ ରାୟ, ଅବସର ପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର ଏବଂ ଜଗନ୍ନାଥ ସଂସ୍କୃତିକ ଲୋକକଳା ଦଳ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏ ସମସ୍ତ କାର୍ଯ୍ୟକ୍ରମ କୁ ପଣ୍ଡିତ ସୁରେନ୍ଦ୍ର କୁମାର ଦାଶ, ପ୍ରଫୁଲ କୁମାର ସାହୁ,ସାରଦା ବେହେରା, ରାମଚନ୍ଦ୍ର ଦାଶ ପ୍ରମୁଖ ପରିଚାଳନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ