Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଜୁଳି ବିଭାଗର ବେପରୁଆ ମନବୃତି ପାଇଁ ନରୁଆ ଛକରେ ଜଳିଗଲା ଖୁଣ୍ଟ । 1

ତିର୍ତୋଲ, 15/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଜୁଳି ବିଭାଗର ବେପରୁଆ ମନବୃତି ପାଇଁ ନରୁଆ ଛକରେ ଜଳିଗଲା ଖୁଣ୍ଟ ।
Article Image
ତିର୍ତ୍ତୋଲ-୧୫/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତଲ ବ୍ଳକ ଜଗନ୍ନାଥପୁର ପଞ୍ଚାୟତ ର ନରୁଆ ଛକ, ସାଗବାରିଆ ଠାରେ ଗତକାଲି ରାତ୍ରି ପ୍ରାୟ ୧୧ ଟା ସମୟରେ ଅଚାନକ ବିଜୁଳି ଖୁଣ୍ଟ ନିଆଁ ଲାଗି ଜଳି ଜିବାରୁ ବାଟରେ ଯାଉଥିବା ଜଣେ ଏରସମା ଅଞ୍ଚଳର ବାଇକ ଆରୋହି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ଲୋକେ ଏହାକୁ ଆୟତ୍ତ କରିବାପାଇଁ ସ୍ଥାନୀୟ କର୍ମଚାରୀ ଙ୍କୁ ଫୋନ କରିଥିଲେ ମଧ୍ୟ ନିଘୋଡ଼ ନିଦ୍ରାରେ ସୋଇ ଥିଲେ କର୍ମଚାରୀ !ବିଜୁଳି ବିଭାଗର କର୍ମଚାରୀଙ୍କ ବେପରୁଆ ମନବୃତି ପାଇଁ ଏଠାରେ ସାଧାରଣ ଲୋକଙ୍କ ଜୀବନ ବାଜିରେ ଲାଗିଛି । ବର୍ଷାଦିନରେ ଓହଳି ରହିଥିବା ଗଛଡାଳ କାଟିବା ସହିତ ଅଳିଆ ଆବର୍ଜନା ସଫା କରିବା ଇତ୍ୟାଦି ର ନାମ ଧରୁନାହଁନ୍ତି ସ୍ଥାନୀୟ ବିଦ୍ୟୁତ ବିଭାଗ ଅଧିକାରୀ । ଜାହା ଫଳରେ ଲୋକଙ୍କ ଜୀବନ ବାଜିରେ ଲାଗିଛି । କେବଳ ଖୁଣ୍ଟି ଜଳିଛି ତା ନୁହେଁ ବହୁ ଉପଭୋକ୍ତା ଙ୍କ ତାର ମଧ୍ୟ ପଡି ଯିବା ସହ , କେବୁଲ ଓ ଇଣ୍ଟରନେଟ କନେକ୍ସନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ନିକଟରେ ଏଠାକାର ସ୍ଥାନୀୟ ଅଧିକାରୀ ଓ ଷ୍ଟାପ ଙ୍କ ମନମୁଖୀ କାର୍ଯ୍ୟ ବାବଦରେ ସମ୍ବାଦ ପ୍ରସାରଣ ହୋଇଥିଲା । କିନ୍ତୁ ଏହା ସବୁ ଜାଣିଶୁଣି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ବ୍ୟୁଦ୍ୟୁତ ବିଭାଗ ! ଦେଖଯାଉ ଆଗକୁ ଆଉ କେତେ ଅଘଟଣ ହୋଇ ଲୋକଙ୍କ ଜୀବନ ଗଲାପରେ ଚେତିବ ପ୍ରଶାସନ ଦେଖିବାକୁ ବାକି ରହିଲା ।