ପାରାଦ୍ୱୀପ , 29/06/2025, ବିକ୍ରମ ଓଡ଼ିଶା ନିୟୁଜ: Anchor - ପାରାଦୀପ ମହାବିଦ୍ୟାଳୟ ର ଏନସିସି କ୍ୟାଡେଟ୍ ଓ ଏନସିସି ଆଲୁମିନି ତରଫରୁ ମାଉସୀ ମା ' ମନ୍ଦିର ପ୍ରାଙ୍ଗଣ ଓ କପିଳଜୋର ସଫେଇ କାର୍ଯ୍ୟ ହୋଇଯାଇଛି। ଆଜି ସକାଳୁ ମାଉସୀ ମା' ମନ୍ଦିର ନିକଟରେ ଥିବା ରଥ ଚତୁର୍ପାଶ୍ବରେ ଅଳିଆ ସଫା କରିବା ସହିତ ନିକଟରେ ଥିବା ନଦୀ ରେ ଥିବା ବର୍ଜ୍ୟବସ୍ତୁ ଗୁଡିକୁ ସଫା କରିଛନ୍ତି ପାରାଦୀପ ମହୋ ବିଦ୍ୟାଳୟ ର ଏନସିସି କ୍ୟାଡେଟ୍ ର ଛାତ୍ରଛାତ୍ରୀ। ଏହି ସଫେଇ କାର୍ଯ୍ୟକ୍ରମ ରେ ଥାର୍ଡ ଓଡ଼ିଶା ନାଭାଲ୍ ୟୁନିଟ ର କମାଣ୍ଡିଂ ଅଫିସର। ପାରାଦୀପ ଅଞ୍ଚଳରେ ବିଭିନ୍ନ ପ୍ରକାର ର ସାମାଜିକ କାର୍ଯ୍ୟ ପାରାଦୀପ ମହା ବିଦ୍ୟାଳୟ ର ଏନସିସି କ୍ୟାଡେଟ୍ ଓ ଏନସିସି ଆଲୁମିନି କରି ଆସୁଥିବା ବେଳେ ଏହା ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଏନସିସି ଆଲୁମିନି ର ସଭାପତି ଅମ୍ବିକା ପ୍ରକାଶ ମହାପାତ୍ର।