Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଝିମାଣୀ ୧୩ନଂ ୱାର୍ଡ଼ରେ କଚ୍ଚା ରାସ୍ତା ପାଲଟିଛି ମରଣଯନ୍ତା। 4

କୁଜଙ୍ଗ , 30/06/2025, ବିକ୍ରମ ଓଡ଼ିଶା ନିୟୁଜ: ଝିମାଣୀ ୧୩ନଂ ୱାର୍ଡ଼ରେ କଚ୍ଚା ରାସ୍ତା ପାଲଟିଛି ମରଣଯନ୍ତା।କୁଜଙ୍ଗ:ରାଜ୍ୟ ସରକାର ପ୍ରେତେକ ପଞ୍ଚାୟତକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ କୋଟି କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରୁଛନ୍ତି।ମାତ୍ର ଏଠି ବାସ୍ତବ ଚିତ୍ର କିଛି ଅଲଗା ପରିଲକ୍ଷିତ ହୋଇଛି।ପକ୍କା ରାସ୍ତାରୁ ବଞ୍ଚିତ ରହି କଚ୍ଚା ରାସ୍ତାରେ ଯାତାୟତ କରୁଛନ୍ତି ଜନ ସାଧାରଣ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ ଥିବା ୧୩ନଂ ୱାର୍ଡ଼ର କଚ୍ଚା ରାସ୍ତା ଏବେ ଶୋଚନୀୟ ହୋଇପଡିଛି।ସତ୍ବେ ଯେମିତି ବ୍ଲକ୍ ମାନ ଚିତ୍ରରୁ ହଜି ଯାଇଛି ଏହି ରାସ୍ତାର ମ୍ୟାପ୍।ହଁ ଆଜ୍ଞା ଥରେ ଭଲ କରି ନଜର ପକାନ୍ତୁ ଏହି ରାସ୍ତା ଉପରେ।ଏହି ରାସ୍ତାକୁ ୧୩ନଂ ୱାର୍ଡ଼ର ୨ଶହରୁ ଉର୍ଦ୍ଧ୍ବ ଲୋକେ ନିର୍ଭର କରୁଥିବା ବେଳେ ନିକଟରେ ଥିବା ଝିମାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଶତାଧିକ ସଂଖ୍ୟାର କୁନି କୁନି ଛାତ୍ର-ଛାତ୍ରୀ ଓ ଶିକ୍ଷକ ମାନେ ଯାତାୟାତ କରିଥାନ୍ତି।ଏଥିସହିତ ବିଭିନ୍ନ କମ୍ପାନୀକୁ ମଧ୍ୟ ଏହି ରାସ୍ତାରେ ପ୍ରେତେକ ଦିନ ହଜାର ହଜାର ଶ୍ରମିକ ମାନେ ସାଇକେଲ ଓ ମଟର ସାଇକେଲରେ ଲୋକେ ଯାତାୟତ କରିଥାନ୍ତି।ମାତ୍ର ଏହି ୧୩ନଂ ୱାର୍ଡ଼ର ରାସ୍ତା ବ୍ଲକ୍ ପ୍ରଶାସନଙ୍କ ଆଢ଼ୁଆଳରେ ରହିଯାଇଛି ନାଁ ଏହି ରାସ୍ତାର ମାନ ଚିତ୍ର ବ୍ଲକ୍ ମାନଚିତ୍ରରୁ ହଜି ଯାଇଛି ତାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ଏହି କଚ୍ଚା ରାସ୍ତା ପ୍ରତି କୁଜଙ୍ଗ ବ୍ଲକ୍ ପ୍ରଶାସନ ଓ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିବା ପାଇଁ ବଗଦିଆ ପଞ୍ଚାୟତ ୧୩ନଂ ୱାର୍ଡ଼ ବାସିନ୍ଦାଙ୍କ ପକ୍ଷରୁ ଗଣ ମାଧ୍ୟମ ଜରୀଆରେ ନିବେଦନ କରଯାଇଛି।ଯଦି ଏହି କଚ୍ଚା ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରାଯିବ ହୁଏତ ୧୩ନଂ ୱାର୍ଡ଼ ବାସିନ୍ଦାଙ୍କ ସହ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସୁଥିବା କୁନି କୁନି ଛାତ୍ର-ଛାତ୍ରୀ ମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।
Article Image