Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଏରସମା, 30/06/2025, ବିକ୍ରମ ଓଡ଼ିଶା ନିୟୁଜ: ଗଡ଼କୁଜଙ୍ଗ ସୁଭଦ୍ରା କ୍ଷେତ୍ରରେ ରଥଯାତ୍ରା===-===-===

ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଗଡ଼କୁଜଙ୍ଗ ସୁଭଦ୍ରା କ୍ଷେତ୍ରର ପ୍ରଭୁ କୁଞ୍ଜବିହାରୀଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜଗନ୍ନାଥଙ୍କ ରଥଟଣା ପରଦିନ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ,ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା। ଠାକୁର ରାଜା ପାରାଦ୍ବୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ରଥରେ ଛେରା ପହଁରା କରିବା ପରେ ଅପରାହ୍ନରେ ରଥ ଟଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ସାଂସଦ ଡଃ କୁଳମଣି ସାମଲ, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଜୁଜନତା ଦଳର ଯୁବ ସଭାପତି ପାର୍ଥ ସାରଥି ରାଉତ , ବାଡଗାହୀ ସଞ୍ଜୟ କୁମାର ମହାନ୍ତି, ପାରାଦୀପ ବିଜୁଜନତା ଦଳର ନାରିନେତ୍ରୀ ଗୀତାଞ୍ଜଳି ରାଉତରାୟ, ଯୁବ ସମାଜସେବୀ ଗଣେଷ ରାଉତ, ପ୍ରମୁଖ ଯୋଗଦେଇଥିଲେ। ମାଉସୀ ମା ମନ୍ଦିରକୁ ଯିବା ବାଟରେ ଶ୍ରୀ ରଘୁନାଥଜୀଉ ମନ୍ଦିର ମାମୁଁ ଘର ନିକଟରେ ରଥ କିଛି ସମୟ ଅଟକି ରହିଥିଲା। ମହନ୍ତ ମହାରାଜ ଆଇନଜୀବୀ ଅମୃତ ଦାସ ରଥ ଉପରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମହାପ୍ରଭୁଙ୍କୁ ସେଠାରେ ପଇଡ ପାଣି ଲାଗି କରାଯାଇଥିଲା। ସନ୍ଧ୍ୟାରେ ରଥ ମାଉସୀ ମା ମନ୍ଦିରରେ ପହଞ୍ଚିଥିଲା। ଶୁକ୍ରବାର ରାତିରେ ପ୍ରଭୁ କୁଞ୍ଜବିହାରୀ ମହାପ୍ରଭୁଙ୍କ ରଥାରୁଢ଼ ପର୍ବରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ରାଜେନ୍ଦ୍ର କୁମାର ବେହେରା, ସମ୍ପାଦକ ପିତାମ୍ବର ରାଉତ, ଯଦୁନାଥ ଖଟୁଆ, ଯୁବ ନେତା ବିଜୟ ଚାନ୍ଦ ନାୟକ, ପ୍ରକାଶ ଦାସ, ସମ୍ପଦ ବାରିକ, ବିଷ୍ଣୁ ପ୍ରଧାନ, ଭୋଳାନାଥ ସ୍ଵାଇଁ ଓ ନଳିନୀ ରଞ୍ଜନ ବେହେରା ପ୍ରମୁଖଙ୍କ ସମେତ ସମସ୍ତ ବୋର୍ଡ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଅଭେୟଚାନ୍ଦପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା କରାଯାଇଥିଲା।