Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 30/06/2025, ବିକ୍ରମ ଓଡ଼ିଶା ନିୟୁଜ: ସାଇନ୍ସ ଏକାଡେମୀ ଛାତ୍ରଛାତ୍ରୀ ଙ୍କ ସଫଳତା।ଆଈ.ଆଈ.ଟି କୃତକାର୍ଯ୍ୟ ହେଲେ ଭୁତତ୍ବବିଜ୍ଞାନ ଛାତ୍ରଛାତ୍ରୀ।

ତିର୍ତ୍ତୋଲ-୩୦/୬-(ରିପୋର୍ଟ-ଟୁକନ ସେଠୀ)ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସାଇନ୍ସ ଏକାଡେମୀ କୋଚିଙ୍ଗ ସେଣ୍ଟର କୁ ମିଳିଛି ବଡ଼ ସଫଳତା। ଚଳିତ ବର୍ଷ ଆଈ.ଆଈ.ଟି କୃତକାର୍ଯ୍ୟ ହୋଇଛନ୍ତି ୩ ଜଣ ଛାତ୍ରୀ ଓ ଜଣେ ଛାତ୍ର। ସେମାନଙ୍କ ଭିତରେ ରହିଛନ୍ତି କୁଜଙ୍ଗ ବାଲିତୁଠ ଅଞ୍ଚଳର ଶୁଭଦର୍ଶୀନୀ ମୁଦୁଲି ଆଲ୍ ଇଣ୍ଡିଆ ୧୧୯ ନଂ ରାଙ୍କ୍ ରଖି ଖଡକପୁର , କେନ୍ଦ୍ରାପଡ଼ା ର ଅନନ୍ୟା ଦାସ ୨୧୪ରାଙ୍କ୍ ରଖି ଭିଷାକାପଟନମ,କୁଜଙ୍ଗ ଖରିଗୋଠ ଅଞ୍ଚଳର ରୁତୁପର୍ଣ୍ଣା ରାଉତ ୨୪୫ ରାଙ୍କ୍ ରଖି ଭୂବନେଶ୍ଵର ତିର୍ତ୍ତୋଲ ରାହାଣା ଅଞ୍ଚଳର ସତ୍ୟବ୍ରତ ପୁହାଣ ୧୫ ନଂ ରାଙ୍କ୍ ରଖି ବମ୍ବେ ଆଈ ଆଈ ଟି ପାଇଁ ମନୋନୀତ ହୋଇଛନ୍ତି। ଏହି ଛାତ୍ରଛାତ୍ରୀ ମାନେ ତିର୍ତ୍ତୋଲ କଲେଜ ର ଭୁତତ୍ବବିଜ୍ଞାନ ରେ ପାଠପଢୁଥିବା ବେଳେ ସ୍ଥାନୀୟ ସାଇନ୍ସ ଏକାଡେମୀ ରେ କୋଚିଙ୍ଗ ନେଉଥିଲେ। ଆଜି ଆଈ ଆଈ ଟି ପରିକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କ ଗ୍ରହଣରେ ସାଇନ୍ସ ଏକାଡେମୀ ତରଫରୁ ପୁଷ୍ପଗୁଛ ଓ ଗିଫ୍ଟ ମାଧ୍ୟମରେ ଶୁଭେଛା ଜଣାଇଛନ୍ତି ଏକାଡେମୀ ର ଶିକ୍ଷକ। ଛାତ୍ରଛାତ୍ରୀ ମାନେ ଏହି ସଫଳତା ପାଇବାପରେ ବେଶ୍ ଖୁସିଥିବା କହିଛନ୍ତି।ସେ ଏହି ଶ୍ରୟ ନିଜର ପିତାମାତା ଓ ଅଧ୍ୟାପକ ଶୁଭେନ୍ଦୁ ରାୟଙ୍କ ସହିତ କଲେଜ ଓ ସାଇନ୍ସ ଏକାଡେମୀ ର ସମସ୍ତ ଶିକ୍ଷକ ମାନଙ୍କୁ ଦେଇଛନ୍ତି। ଯାହା ସାଇନ୍ସ ଏକାଡେମୀ ପାଇଁ ଖୁସିର ବିଷୟ ପାଲଟିଛି। ଏହି ଉତ୍ସବ ରେ ଅଧ୍ୟାପକ ଡ଼ଃ ଖିରୋଦ ଓଝା ଙ୍କ ସମେତ ସାଇନ୍ସ ଏକାଡେମୀ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
