Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 01/07/2025, ବିକ୍ରମ ଓଡ଼ିଶା ନିୟୁଜ: ନିମ୍ନ ମାନର କାମ ଯୋଗୁ ଖାଲଖମା ରେ ପରିପୂର୍ଣ ହୋଇ ମରଣ ଯନ୍ତା ପାଲଟିଲା ଅରଖକୁଦ ରୁ ଦେବୀଦୋଳ ରାସ୍ତା

ନାଉଗାଁ ୩୦/୦୬/ବିକ୍ରମ ଓଡିଶା ନିୟଜୁ ନାଉଗାଁ ପୂର୍ତ୍ତ ବିଭାଗ ର ଅଜବ ନୀତି ଅରଖକୁଦ ରୁ ଦେବୀଦୋଳ ସଂଯୋଗ କରୁଥିବା ରାସ୍ତା ର କାର୍ଯ୍ୟ କୁ ପୁରିଲାନି ଦୁଇ ମାସ କିନ୍ତୁ ଖାଲଖମା ରେ ପରିପୂର୍ଣ୍ଣ ହୋଇ ମରଣଯନ୍ତା ସାଜିଲା ରାସ୍ତା l ତେବେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ର ରୋହିଆ ପଞ୍ଚାୟତ ର ଅରଖକୁଦ ରୁ ଦେବୀଦୋଳ ସଂଯୋଗୀ କରଣ ରାସ୍ତା ର ମରାମତି କାର୍ଯ୍ୟ ନିମନ୍ତେ ୪ଟି ପର୍ଯାୟରେ ପାଖାପାଖି ୨୦ ଲକ୍ଷ ବ୍ୟୟ ଅଟକଳ ରେ ଏକାଧିକ ଠିକା ଦାର ନିଯୁକ୍ତି କରାଯାଇ ଉକ୍ତ ପିଚୁ ରାସ୍ତା ର ମରାମତି କାର୍ଯ୍ୟ କରାଯାଇଥିଲା l ହେଲେ ପୂର୍ତ୍ତ ବିଭାଗ ର ଅଣଦେଖା ଓ ଅବହେଳା ରେ ଉକ୍ତ ରାସ୍ତା ର ମରାମତି କାର୍ଯ୍ୟ କୁ ଅତି ନିମ୍ନ ମାନର କରି ସମସ୍ତ ଅର୍ଥ ରାଶି କୁ ଚଳୁ କରିବା ପାଇଁ ଉଦ୍ୟମ କରିଛନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ l ଅନ୍ୟପଟେ ଉକ୍ତ ରାସ୍ତା ଦେଇ ରୋହିଆ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳ ର ପ୍ରାୟ ୧୦୦୦ ଉର୍ଦ୍ଧ ଲୋକେ ଉକ୍ତ ରାସ୍ତା ଉପରେ ନିର୍ଭରଶିଳ ହୋଇଥିବା ବେଳେ ରାସ୍ତା ର ବର୍ତମାନ ଏଭଳି ପରିସ୍ଥିତି ଯାହାକି ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି l ଅନ୍ୟପଟେ ଲଘୁଚାପ ଜନିତ ଲଗାଣ ବର୍ଷା ରେ ଉକ୍ତ ରାସ୍ତା ଆହୁରି ଖରାପ ହେବାର ଲାଗିଛି, ଯାହାକି ଏବେ ସ୍ଥାନୀୟ ବାସୀ ଙ୍କ ପାଇଁ ମୁଣ୍ଡ ବିଧା ର କାରଣ ପାଲଟିଛି l ଏହି ରାସ୍ତା କୁ ତୁରନ୍ତ ପୁନଃ ନିର୍ମାଣ କରାଯିବା ସହିତ ନିମ୍ନ ମାନର କାର୍ଯ୍ୟ କରିଥିବା ଅର୍ଥ ଚଳୁ କରିଥିବା ଯନ୍ତ୍ରୀ ଓ ଠିକାଦାର ଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବୀ କରାଯାଇଛି l