Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ପବିତ୍ର ହୁଲ ଦିବସ ପାଳିତ 1

ରାଇରଙ୍ଗପୁର, 01/07/2025, ବିକ୍ରମ ଓଡ଼ିଶା ନିୟୁଜ: ପବିତ୍ର ହୁଲ ଦିବସ ପାଳିତରାଇରଙ୍ଗପୁର ୩୦.୦୬.୨୦୨୫ ସୋମବାର
Article Image
ଅଖିଳ ଭାରତୀୟ ଅନୁସୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ଯାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ "ସେବାସ୍ତମ୍ବ " ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ଜିଲ୍ଲାସଂଗଠନର ସଭାପତି ପ୍ରତାପ ଚନ୍ଦ୍ର ହେମ୍ବ୍ରମଙ୍କ ସଭାପତିତ୍ଵରେ ଇଂରେଜ ଶାସନରେ ଆଦିବାସୀମାନଙ୍କ ଦମନଲିଳା ବିରୁଦ୍ଧରେ ବିଶ୍ଵର ପ୍ରଥମ ଗରିଲା ଯୁଦ୍ଧର ସ୍କୃତିଚାରଣ କରି "ପବିତ୍ର ସିଦ-କାହ୍ନୁ ହୁଲ ଦିବସ" ମହା ସମାରୋହରେ ପାଳିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ଭାବେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ ଓ ରାଷ୍ଟ୍ରୀୟ ସମ୍ପାଦକ ମୋଚିରାମ ମାଝୀ ଉପସ୍ଥିତ ହୋଇ ହୁଲ ଦିବସ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବାଜଲ ମୁର୍ମୁ, ବରିଷ୍ଠ ଉପସଭାପତି ରବୀନ୍ଦ୍ର କୁମାର ମୁଖୀ, ଦୀନବନ୍ଧୁ ଗିରି, ମୋତ୍ତାର ହୁସେନ, ମାନସ କୁମାର ପରିଡା, ଈଶ୍ଵର ଚନ୍ଦ୍ର ବେହେରା, ମନରଂଜନ ହାଁସଦା8 ପ୍ରମୁଖ ଉପସ୍ଥିତ ହୋଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଉପସଭାପତି ଗୋପାଳକୃଷ୍ଣ ମହାନ୍ତି ନିଜ ବକ୍ତବ୍ୟ ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ