Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଲେଙ୍କା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉଛବ ଅନୁଷ୍ଠିତ ) 1

ଜଗତସିଂହପୁର , 01/07/2025, ବିକ୍ରମ ଓଡ଼ିଶା ନିୟୁଜ: ( ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଲେଙ୍କା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉଛବ ଅନୁଷ୍ଠିତ )ଜଗତସିଂହପୁର
Article Image
ତା =30/6/25ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ଓଡ଼ିଶୋ ସ୍ଥିତ କୁତାମ ଚଣ୍ଡୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଲେଙ୍କା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି |ପୂର୍ବତନ ପ୍ରଧାନ ଶିକ୍ଷକ ନଗେନ୍ଦ୍ର ନାଥ ପଣ୍ଡା ଙ୍କ ସଭାପତିତ୍ୱ ରେ ଶିକ୍ଷକ ସୁନୀଲ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶିଶିର କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ | ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ଶାରୀରିକ କ୍ରୀଡା ଅଧିକାରୀ ଜୟନ୍ତ କୁମାର ବେହେରା |ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବିଜୟ କୁମାର ରଥ |ସଂମ୍ମାନିତ ଅତିଥିଭାବେ ଶିକ୍ଷାବିତ ସୁବାଷ ରାଉତ | ପୂର୍ବତନ ସରପଞ୍ଚ ମୁରଲୀଧର ଲେଙ୍କା | ଜ଼ିଲ୍ଲା ସ୍କାଉଟ ଗାଇଡ଼ କମିଶନର ଅତୁଲ୍ୟ ବିକ୍ରମ ପ୍ରଧାନ | ପୂର୍ବତନ ଜ଼ିଲ୍ଲା ଶାରୀରିକ କ୍ରୀଡା ଅଧିକାରୀ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ |ଏହା ପରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା | ପୁରାତନ ଛାତ୍ର, ଶିକ୍ଷକ, ଆଲୁମିନି କମିଟି କର୍ମକର୍ତା ଉପସ୍ଥିତି ରହି ଅବସର ଗ୍ରହଣ କରିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ଲେଙ୍କା ଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ|ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ