Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଗୋପୀନାଥ ବିଦ୍ୟାପୀଠ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା , 2

ବୁଗୁଡା, 01/07/2025, ବିକ୍ରମ ଓଡ଼ିଶା ନିୟୁଜ: ଗୋପୀନାଥ ବିଦ୍ୟାପୀଠ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ,
Article Image
ବୁଗୁଡା,ତା ୧/୦୭(ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ସ୍ଥିତ ଶ୍ରୀ ଗୋପୀନାଥ ବିଦ୍ୟାପୀଠ ର କ୍ରୀଡ଼ା ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ବିଦ୍ୟାଳୟ ଶ୍ରେଣୀ ଗୃହ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମଞ୍ଚାସିନ ଥିଲେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ଦାସ ନିଜ ବକ୍ତବ୍ୟରେ କହିଥିଲେ ପ୍ରତ୍ୟେକ ଘଟଣାର ଆରମ୍ଭ ଓ ଶେଷ ରହିଥାଏ ଏହା ବିଧିର ବିଧାନ, ଆଜି ଆପଣ ଏକ ସର୍ବ ବୃହତ୍ତ ତଥା ଏକ ପ୍ରମୁଖ ବିଭାଗରୁ ଅବସର ନେଉଛନ୍ତି, ୦୧/୦୪ ୧୯୯୬ ମସିହାରୁ ୩୦/୬/୨୦୨୫ ପର୍ଯ୍ୟନ୍ତ କ୍ରୀଡ଼ା ଶିକ୍ଷକ ପ୍ରଦୀପ କୁମାର ନାୟକ ଶ୍ରୀ ଗୋପୀନାଥ ବିଦ୍ୟାପୀଠ ରେ କ୍ରୀଡ଼ା ଶିକ୍ଷକ ଭାବରେ ଯୋଗଦାନ କରି ସୁନାମ ଅର୍ଜନ କରିଛନ୍ତି । ତାଙ୍କର ଦୀର୍ଘ ଜୀବନର ନିଷ୍ଠାପର ଉଦ୍ୟମ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ତ୍ୟାଗ ପାଇଁ ଅନେକ ଭଲ ମଣିଷ ଗଠନ କରିବା ଆଉ ଏକ ଶୃଙ୍ଖଳିତ ଅନୁଷ୍ଭାନ ଗଢ଼ି ଛାତ୍ର ଛାତ୍ରୀ ଓ ଶିକ୍ଷକ, କର୍ମଚାରୀ ମାନଙ୍କ ପ୍ରିୟ ଭାଜନ ହେବା ବିଦ୍ୟାଳୟର ପ୍ରତ୍ୟେକ ଘଟଣା ପ୍ରଦୀପ କୁମାର ନାୟକ ଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଏ ବିଦ୍ୟାଳୟ ମନେରଖବ ଏବଂ ପରି ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭୂୟସୀ ପ୍ରଶଂସା କରିବା ସହିତ ଅବସର ପାଇଁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଏବଂ ଅବସର ଜୀବନ ସୁଖମୟ ହେଉ ଭଗବାନ ଙ୍କ ନିକଟରେ ପ୍ରାଥନ କରିଥିଲେ , ଶ୍ରୀ ନାୟକ ମଧ୍ୟ ସ୍ଵବକ୍ତବ୍ୟରେଚାକିରି ଜୀବନର ପ୍ରଥମ କର୍ମକ୍ଷେତ୍ର ଗୋପୀନାଥ ବିଦ୍ୟାପୀଠ ତାଙ୍କ ପାଇଁ ଚିରଦିନ ଅବିସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିବା ସହ ଉପସ୍ଥିତ କାର୍ଯରତ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ। ଏ ଅବସରରେ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଅନେକ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା !