ମୟୂରଭଞ୍ଜ, 01/07/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ଲଗ୍: ମତ୍ସ୍ଯ ଅବତାର ରୂପରେ ଦେଖା ଦେଲେ ଶ୍ରୀ ଜଗନ୍ନାଥ ଆଙ୍କର: ଶ୍ରୀ ଜଗନ୍ନାଥଙ୍କ ସମସ୍ତ ରୂପଠୁ ବଳି ମତ୍ସ୍ଯ ଅବତାର ରୂପ l ସେ ଏହି ରୂପରେ ଅତୀବ ମାଧୁର୍ଯ୍ଯମୟ ଦେଖାଯାଆନ୍ତି l ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ରାଇରଙ୍ଗପୁର ଉପଖଣ୍ଡର ଶ୍ରୀ ଜଗନ୍ନାଥ ରଥଯାତ୍ରା ଅବକାଶରେ ମାଉସୀ ମା ମନ୍ଦିର ମଣ୍ଡପରେ ମତ୍ସ୍ଯ ଅବତାର ବେଶରେ ଶ୍ରୀ ଜଗନ୍ନାଥ ମନଲୋଭା ଦେଖା ଯାଉଥିଲେ l ସନ୍ଧ୍ଯା ବେଳା ଭଜନ ସନ୍ଧ୍ଯାରେ ସୁଲଳିତ କଣ୍ଠରେ ଗାୟକଗାୟିକାମାନଙ୍କର ସୁସଙ୍ଗୀତ ଦେଖଣାହାରୀଙ୍କୁ ଅତି ମଧୁମୟ କରିଥିଲା l ଏଥିସହିତ ଭକ୍ତମାନେ ମୀନା ବଜାର ଓ ଅଜନ୍ତା ସର୍କସର ମଜା ଉଠାଇଥିଲେ l ପ୍ରତିକୂଳ ପାଗ ସତ୍ତ୍ବେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା l ଭକ୍ତମାନେ ଆନନ୍ଦରେ ମାଉସୀମା ମନ୍ଦିରରେ ଦର୍ଶନ କରିବା ସହିତ ଭଜନ ସନ୍ଧ୍ଯାରେ କଣ୍ଠଶିଳ୍ପୀଙ୍କ ସୁସଙ୍ଗୀତ ଅତି ମାଧୁର୍ଯ୍ଯମୟ ହୋଇଥିଲା l ସତେ ଯେମିତି ଲାଗୁଥିଲା, ଭକ୍ତି ରସାମୁତ ପାନ କରିବା ପାଇଁ ଭକ୍ତମାନେ ଜନସମୁଦ୍ର ହୋଇପଡିଛନ୍ତି l କି ସୁନ୍ଦର କି ଲାଳିତ୍ଯ ଭରିରହିଛି ଶ୍ରୀ ଜଗନ୍ନାଥଙ୍କ ଭଜନରେ, ଶୁଣିଲେ ମନ ଆତ୍ମା ଓ ଶରୀର ପବିତ୍ର ହୋଇଯାଉଛି l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ