Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମା ତାରିଣୀ ବ୍ରତରେ ମନ୍ଦିରମାନଙ୍କରେ ଭକ୍ତମାନଙ୍କର ପ୍ରବଳ ସମାଗମ 1

ମୟୂରଭଞ୍ଜ, 01/07/2025, ବିକ୍ରମ ଓଡ଼ିଶା ନିୟୁଜ: : ମା ତାରିଣୀ ବ୍ରତରେ ମନ୍ଦିରମାନଙ୍କରେ ଭକ୍ତମାନଙ୍କର ପ୍ରବଳ ସମାଗମ : ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁରରେ ମା ତାରିଣୀ ବ୍ରତ ପୂଜାରେ ମନ୍ଦିର ମାନଙ୍କରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ଦେଖାଯାଇଥିଲା l ମା ଭଉଣୀ ମାଉସୀମାନେ ଲମ୍ବା ଲାଇନରେ ଥାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ମା ତାରିଣୀ ବ୍ରତ ପୂଜା କରିଥିଲେ l ମା ତାରିଣୀ ମନ୍ଦିରମାନଙ୍କରେ ମଧ୍ଯ ଭକ୍ତମାନଙ୍କର ପ୍ରବଳ ସମାଗମ ଦେଖାଯାଇଥିଲା l ହାତରେ ନାନା ପ୍ରକାର ନୈବେଦ୍ଯ, ଫୁଲ ହାତରେ ଧରି ମାଙ୍କୁ ଆରଧନା କରିଥିଲେ l ତତ୍ ସହିତ ସେଠାରେ ମା ତାରିଣୀ ବ୍ରତ ପୁସ୍ତକ ପଠନ କରିଥିଲେ l ଏହି ଅବସରରେ ଦୁର୍ଗାମଣ୍ଡପ ଠାରେ ଆନନ୍ଦ ବଜାରରେ ଭକ୍ତମାନଙ୍କର ଅଜସ୍ର ଭିଡ ପରିଲକ୍ଷିତ ହୋଇଥିଲା l ବାସ୍ତବିକ ମା ହେଉଛନ୍ତି ଶକ୍ତିମୟ, ରସମୟ ଓ କରୁଣାମୟ l ତାଙ୍କର ଆଶିଷ ବାରିଧାରା ପାଇବା ପାଇଁ ଭକ୍ତ ସବୁବେଳେ ବ୍ଯାକୁଳ l ତାଙ୍କରି ଇଛାରେ ତାପୀ, ପାପୀ ଓ କୁକର୍ମୀ ସୁମାର୍ଗରେ ବିଚରଣ କରିଥାଏ l ସେ ଭାବମୟ ଓ ଶକ୍ତିମୟ l ଆଜି ମାଉସୀ ମାଡି ଭକ୍ତମାନଙ୍କ ଗହଳରେ ଶ୍ରୀ ଜଗନ୍ନାଥ ଅଭିନବ ଦେଖାଯାଉଛନ୍ତି l ଆହା କି ସୁନ୍ଦର, ତୋହର ରୂପ ଦର୍ଶନ କରି ଭକ୍ତ ନିଜକୁ ଧନ୍ଯଧାନ୍ଯ ମନେ କରୁଛନ୍ତି l ଉକ୍ତ ଅବକାଶରେ ଭକ୍ତମାନଙ୍କୁ ମନ୍ଦିର କମିଟୀ ପକ୍ଷରୁ ଅନ୍ନ ପ୍ରସାଦ କୂପନ ବଣ୍ଟନ କରାଯାଇଥିଲା l ଯାହାର ମୂଲ୍ଯ ୫୦ ଟଙ୍କା ରଖାଯାଇଛି l ଭକ୍ତମାନେ ମହାଆନନ୍ଦରେ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image