Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କୁଜଙ୍ଗର କବିଙ୍କୁ ଭାରତ ଗୌରବ ରତ୍ନ ସମ୍ମାନ 3

କୁଜଙ୍ଗ , 01/07/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗର କବିଙ୍କୁ ଭାରତ ଗୌରବ ରତ୍ନ ସମ୍ମାନ
Article Image
ଗତ ୨୮ ତାରିଖରେ ନୂଆଦିଲ୍ଲୀସ୍ଥିତ ଶାହା ଅଡିଟୋରିୟମରେ ବିଶ୍ଵ ସଂସ୍କୃତି ଓ ପର୍ୟାବରଣ ସଂରକ୍ଷଣ ଆୟୋଗ (World Culture and Environment Protection Commission)ଙ୍କ ଦ୍ଵାରା ଆୟୋଜିତ ଜାତୀୟ ସେମିନାରକୁ ଆମନ୍ତ୍ରିତ ହୋଇ କୁଜଙ୍ଗ ଅଞ୍ଚଳ ଗଣ୍ଡକିପୁର ଗ୍ରାମର କବି ତଥା ସୁସାହିତ୍ୟିକ ଡଃ ସୁରେଶ କୁମାର ପ୍ରଧାନ ଭାରତ ଗୌରବ ରତ୍ନ ସମ୍ମାନ ହାସଲ କରିଛନ୍ତି।ଉକ୍ତ ସେମିନାରରେ ସଂସ୍ଥାର ନିର୍ଦ୍ଦେଶକ ଡ଼ଃ ଶୁଭମ୍ କୁମାରଙ୍କ ସହିତ ତିନି ସେନାର ପ୍ରମୁଖ ଚେହେରା ଯଥା କମାଣ୍ଡର ବିଜୟ ଶଙ୍କର ବାୱେଲା, କର୍ଣ୍ଣେଲ ଅଶୋକ କୌଲ, କର୍ଣ୍ଣେଲ ବେଦପ୍ରକାଶ ଭାର୍ଗଭ, କ୍ୟାପଟେନ ସୁରେଶ କୁମାର ତଥା ଅଯୋଧ୍ୟା ବିଶ୍ଵ ହିନ୍ଦୁ ପରିଷଦର ସ୍ବାମୀ କ୍ରୀଷ୍ଣା ଚରଣାନନ୍ଦଙ୍କ ସହିତ ରାଜ୍ୟସଭା ସଦସ୍ୟା ସ୍ଵାତୀ ମାଲିୱାଲ, ବଲିଉଡ୍ ଅଭିନେତା ବିନ୍ଦୁ ଦାରା ସିଂହ, ବୀରଚକ୍ର ବିଜେତା ତେଜେନ୍ଦ୍ର ପାଲ୍ ,ଡଃ ରାକେଶ ରଞ୍ଜନ ଓ ଡଃ ସପ୍ତର୍ଷୀ ବୋଷ ଉପସ୍ଥିତ ଥିଲେ। ସାହିତ୍ୟ ଓ ସେବା କ୍ଷେତ୍ରରେ ଉତ୍ସର୍ଗିକୃତ ଜୀବନ ପାଇଁ ଡଃ ପ୍ରଧାନଙ୍କୁ ଏହି ଭାରତ ଗୌରବ ରତ୍ନ ଭଳି ଏକ ସମ୍ମାନ ଜନକ ଉପାଧି ପ୍ରଦାନ କରାଯାଇଛି। ପ୍ରଧାନଙ୍କର ଏହି କୃତିତ୍ୱରେ କୁଜଙ୍ଗ ଅଞ୍ଚଳର ବହୁ ସାହିତ୍ୟିକ ତଥା ବୁଦ୍ଧିଜୀବି ଶୁଭେଚ୍ଛା ପ୍ରଦାନ ପୂର୍ବକ ଖୁସି ବ୍ୟକ୍ତ କରିଛନ୍ତି।