Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଶ୍ବ ବରିଷ୍ଠ ନିର୍ଯ୍ୟାତନା ସଚେତନତା ଦିବସ 2

ଯାଜପୁର, 15/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଶ୍ବ ବରିଷ୍ଠ ନିର୍ଯ୍ୟାତନା ସଚେତନତା ଦିବସ
Article Image
ଯାଜପୁର, ୧୫/୬, ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ବରିଷ୍ଠ ଶୋଷଣ ସଚେତନତା ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଏଥିରେ ଅଧ୍ୟକ୍ଷତା କରିବା ସହିତ ସଭାକୁ ଉଦ୍ଘାଟନ କରିଥିଲେ।ଅତିଥି ଆଲୋଚକ ଭାବେ ସିଭିଲ୍ କୋର୍ଟ ରେଜିଷ୍ଟାର ମାନସ ରଞ୍ଜନ ସାମନ୍ତରାୟ, ରସୁଲପୁର ବିଡ଼ିଓ ସତ୍ୟନାରାୟଣ ଦାଶ,ତହସିଲଦାର୍ ସିଦ୍ଧାର୍ଥ ବେହେରା ଯୋଗ ଦେଇ ବରିଷ୍ଠ ଓ ବାପା ମା ସଦାକାଳେ ପୂଜ୍ୟ ସେମାନେ ଅନୁଭୂତି ସମ୍ପନ୍ନ ସେମାନଙ୍କ ଜ୍ଞାନ ଓ ଅଭିଜ୍ଞତା କୁ ବ୍ୟବହାର କଲେ ପରିବାର ଓ ସମାଜରେ ମଧୁର ସମନ୍ଵୟ ସଂଗଠିତ ସ୍ଥାପିତ ହୋଇ ଫଳଦାୟୀ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି କହିଥିଲେ ।ବରିଷ୍ଠ ନାଗରିକ ଆଇନ 2007ର ଵିଭିନ୍ନ ଦିଗ ବିଷୟରେ ଆଲୋକପାତ କରାଯାଇଥିଲା।ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଭାରପ୍ରାପ୍ତ ସଚୀବ ଲୋପାମୁଦ୍ରା ଵେହେରା ପ୍ରରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଜିତେନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ଦିବସ ମହତ୍ତ୍ୱ ଆଧାରିତ କଣ୍ଠ ସଙ୍ଗୀତ ପାୟଲ ପଣ୍ଡା ଗାନ କରିଥିବା ବେଳେ ବାପା ମା ବରିଷ୍ଠ ମାନଙ୍କ ଉଦ୍ଦେଶ୍ୟ ରେ ସଚେତନତାଧର୍ମୀ ସ୍ଵରଚିତ କବିତା ପ୍ରଦୀପ ସାମଲ ,ପ୍ରତାପରୁଦ୍ର ପଣ୍ଡା ଓ ସନ୍ତୋଷ ପାଢ଼ୀ ଆବୃତ୍ତି କରିଥିଲେ।ସଚେତନତା ସଭାରେ ରସୁଲପୁର ଵ୍ଲକ୍ ଅଞ୍ଚଳର ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଘଡ଼ାଇ ,ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ କୀର୍ତ୍ତନ ବିହାରୀ ସାହୁ ଙ୍କ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଧିକରଣ କର୍ମଚାରୀମାନେ ସହଯୋଗ କରିଥିଲେ।